Masthead

ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ

ଉଦଳା (ବଡ଼ ଖବର ବ୍ୟୁରୋ): ଦୁର୍ବୃତ୍ତ ଲୁଟିନେଲେ ଏଟିଏମ। ଏକ ନୂଆ ଫଣ୍ଡାରେ କରିଲେ ଲୁଟ। ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରି ଲୁଟେରାମାନେ ଲୁଟ କରିଛନ୍ତି। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ଠାରୁ ମାତ୍ର ୩ଶହ ମିଟର ଦୂର ବଙ୍ଗଳା ଛକରେ। ବଙ୍ଗଳା ଛକରେ ଥିବା ଏକ ଏସଵିଆଇ ଏଟିଏମରେ ଗତକାଲି ବିଳମ୍ବିତ ରାତିରେ ହୋଇଛି ଲୁଟ। ଲୁଟେରାମାନେ ଏଟିଏମ ବାହାରେ ଥିବା ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରିବା ପରେ ଏଟିଏମ ଭିତରେ ପଶି ଲୁଟିଛନ୍ତି।

ଲୁଟେରାମାନେ ଭିତରେ ପଶିବା ପରେ ସମସ୍ତ କ୍ୟାମେରାରେ ରଙ୍ଗ ସ୍ପ୍ରେ ମାରିବା ପରେ ଗ୍ୟାସ କଟରରେ ଏଟିଏମକୁ କାଟିଛନ୍ତି। ଯାହା ଫଳରେ କିଛି ଅଂଶ ଜଳି ମଧ୍ୟ ଯାଇଛି। ଏହା ପରେ ଲୁଟେରାମାନେ ସମସ୍ତ କ୍ୟାସ ଟ୍ରେରୁ ଲୁଟ କରି ଫେରାର ହୋଇଯାଇଛନ୍ତି। ଏପରିକି ଲୁଟ ପରେ ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ପିଟି ଭାଙ୍ଗି ଦେଇଛନ୍ତି। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନଥିବା ବେଳେ ଗତକାଲି ଏହି ଏଟିଏମରେ ଟଙ୍କା ଲୋଡ଼ ହୋଇଥିବା କୁହାଯାଉଛି। ତାହାକୁ ନଜର କରିଲେ ବ୍ୟାପକ ଭାବେ ଲୁଟ ହୋଇଥିବା କୁହାଯାଉଛି। ଖୁଣ୍ଟା ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କୁ ତ୍ୱରାନ୍ୱିତ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା