Masthead

ଦିଲ୍ଲୀ ସରକାରକୁ ବରଖାସ୍ତ ପାଇଁ ବିଜେପିର ଚିଠି, ବିଜେପିର ଚିଠିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ଉପ ରାଜ୍ୟପାଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ସରକାରୁ ବରଖାସ୍ତ କରିବା ପାଇଁ ବିଜେପି ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ସରକାରକୁ ବରଖାସ୍ତ କରିବା ପାଇଁ ବିଜେପି ବିଧାୟକମାନେ ଦେଇଥିବା ଚିଠି ପାଇବା ପରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଖକୁ ପଠାଇ ଦେଇଛନ୍ତି। ଏହା ଉପରେ ବିଚାର କରିବା ପାଇଁ ରାଷ୍ଟ୍ରପତି ମୁର୍ମ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ କହିଥିବା ଜଣାପଡ଼ିଛି । ଅଗଷ୍ଟ ୩୦ ତାରିଖରେ ଦିଲ୍ଲୀ ବିଜେପିର ଏକ ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟି ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ଦାବି କରିଥିଲେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ ଯିବା ପରେ ସାମ୍ୱିଧାନିକ ସଂକଟ ଦେଖା ଦେଇଛି । କେଜ୍ରିୱାଲ ଜେଲରେ ରହି ସରକାର ଚଳାଉଛନ୍ତି, ତୁରନ୍ତ ତାଙ୍କୁ ପଦରୁ ହଟାଯାଉ ବୋଲି ଦାବି କରିବା ସହ ଏକ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ । ସୂଚନା ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପିର ଚିଠିକୁ ଗୃହମନ୍ତ୍ରାଳୟକୁ ପଠାଇଛନ୍ତି । ରାଷ୍ଟ୍ରପତି ମୁର୍ମୁ ଏହି ଚିଠିକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟକୁ ପଠାଇବା ପରେ ଚିହିଁକି ଉଠିଛି ଆପ୍‌। ଆପ୍‌ ପକ୍ଷରୁ ବିଜେପିକୁ ତୀବ୍ର ସମାଲୋଚନା କରାଯାଇଛି।

ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି ଯେ ବିଜେପି ପଛ ଦ୍ୱାରରେ କେଜ୍ରିୱାଲ ସରକାରକୁ ହଟାଇବାକୁ ଚାହୁଁଛି। ଆସନ୍ତା ବର୍ଷର ବିଧାନସଭା ନିର୍ବାଚନରେ ନିଶ୍ଚିତ ପରାଜୟକୁ ଟାଳିବା ପାଇଁ ବିଜେପି ଏପରି ଷଡ଼ଯନ୍ତ୍ର କରୁଛି ବୋଲି ସେ କହିଛନ୍ତି। ଆତିଶୀ କହିଛନ୍ତି, “ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପରାଜୟ ସ୍ୱୀକାର କରି ସାରିଛି। ନିର୍ବାଚିତ ସରକାରକୁ ଭାଙ୍ଗିବା ହିଁ ବିଜେପିର ଏକମାତ୍ର କାମ। ବିଜେପି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭୟ କରୁଛି। ଏହା ବିଜେପିର ନୂଆ ଷଡ଼ଯନ୍ତ୍ର। ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଖାତା ଖୋଲିପାରିବ ନାହିଁ।”

ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ଓ ତାଙ୍କ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି, “ଯଦି ବିଜେପି ଶୀଘ୍ର ହାରିବାକୁ ଚାହୁଁଛି, ତା’ହେଲେ ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରୁ। ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ