Masthead

ଦିଦିଙ୍କ ମନମାନିରେ ଚାଲିଛି ଅଙ୍ଗନୱାଡି

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ରାଜ୍ୟ ଓ କେନ୍ଦ୍ରସରକାର ପିଲାଙ୍କୁ ପ୍ରାକ୍ ଶିକ୍ଷା ପାଇଁ ଅଙ୍ଗନୱାଡି କେନ୍ଦ୍ର ଖୋଲି ଶିକ୍ଷା ସହିତ ପୃଷ୍ଟିକର ଆହାର ଯୋଗାଇ ଥାଆନ୍ତି। ତେବେ କିଛି ଅଙ୍ଗନୱାଡି ସେଣ୍ଟରରେ ଦିଦିମାନଙ୍କର ମନମାନି ତଥା ଏକଚାଟିଆ ବ୍ୟବହାରରେ ଅତିଷ୍ଠ ପିଲା ତଥା ଅଭିଭାବକ। ତେବେ ଏପରି ଏକ ଅଭିଯୋଗ ଆସିଛି ବାଲିଆପାଳ ବ୍ଲକ ସାଉଡି ପଞ୍ଚାୟତର ବୁଢିରାଣୀ ଅଙ୍ଗନୱାଡି ସେଣ୍ଟରରେ ।

ସେଣ୍ଟରର ଦିଦି ସରକାରୀ ଗାଇଡଲାଇନକୁ ଅମାନ୍ୟ କରି ନିମ୍ନମାନର ଖାଦ୍ୟ, କମ୍ ଅଣ୍ଡା ତଥା ପିଲା ତଥା ଅଭିଭାବକମାନଙ୍କୁ ଉଚିତ୍ ବ୍ୟବହାର ଦେଖାଉନଥିବା ଅଭିଯୋଗ ହୋଇଛି। ଛୋଟଛୋଟ ପିଲାମାନଙ୍କ ମଧ୍ୟରେ ପାତର ଅନ୍ତର ଘଟଣା ଦେଖିବାକୁ ମିଳୁଛି। ତେବେ ପିଲାଙ୍କ ମାଆମାନେ ଏହାର ପ୍ରତିବାଦ କଲେ ବିଭିନ୍ନ ଧମକ ମିଳୁଥିବାର ଅଭିଯୋଗ ହୋଇଛି। ତେବେ ଏହାର ବିଧିବଦ୍ଧ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଅଙ୍ଗନୱାଡି ଦିଦିଙ୍କୁ ଅଭିଯୋଗ ବାବଦରେ ଗଣମାଧ୍ୟମ ପକ୍ଷରୁ ପଚାରିବାରୁ କ୍ୟାମେରା ସାମ୍ନାରେ କିଛି କହିବେନି ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ