Masthead

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ଓଡିଶା ଗ୍ରସ୍ତରେ ମହାମହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା କାଲି ଅପରାହ୍ନ ୩ଟା ୪୫ ମିନିଟ୍ ରେ ମୟୂରଭଞ୍ଜର ଦାଣ୍ଡବୋଷ ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗ ପୁରରେ ଏମସ୍ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଏକ ଚିକିତ୍ସା ସିବିର କୁସୁମି ବ୍ଲକ ଅର୍ନ୍ତଗତ ଖଣି ପ୍ରଭାବିତ ଗାଁ ଗୁଡିକୁ ମେଗା ସମାନିତ ଗ୍ରାମିଣ ପାଇପି ଜଳ ଯୋଗାଣ , ବ୍ରହ୍ମା କୁମାରି ମାନଙ୍କର ମାତୃଶକ୍ତି ଭବନ , ସ୍ୱତନ୍ତ୍ର ସରକିଟ୍ ହାଉସ୍ ଏବଂ ରାଇରଙ୍ଗପୁର ଜିଲ୍ଲାରେ ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁନ୍ ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜର ପାହାଡ ପୁରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେମାନେ ପାହାଡ ପୁରର ସ୍କୁଲ ଏବଂ ଦକ୍ଷତା କେନ୍ଦ୍ର ବୁଲି ଦେଖିବେ ଏହା ସହ ହିତାଧିକାରୀ ଏବଂ ପିଲାମାନଙ୍କ ସହିତ ଭାବବିନୀମୟ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ରାଇରଙ୍ଗପୁର ଏକ ଜନ ସଭାରେ ସେ ଯୋଗ ଦେବେ । ଜୁନ୍ ୨୧ ତାରିଖରେ ରାଷ୍ଟ୍ରପତି ମଧ୍ୟପ୍ରଦେଶର ଜନମପୁର ଠାରେ ଆର୍ନ୍ତଜାତୀୟ ଯୋଗ ଦିବସ ସମାହାରରେ ମଧ୍ୟ ଯୋଗ ଦେବେ, ସେଇ ଦିନ ସେ ଜମନପୁରର ରାଣୀ ଦୁର୍ଗାବତୀ ବିଶ୍ୱ ବିଦ୍ୟାଳୟର ୩୬ତମ ଉସôବ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜୁନ୍ ୨୨ତାରିଖରେ ରାଷ୍ଟ୍ରପତି ମଧ୍ୟପ୍ରଦେଶର କୁନୁ ଜାତୀୟ ଉଦ୍ୟାନରେ ସହରିଆ ଜନଜାତ ସଦସ୍ୟ, ପର୍ଯ୍ୟଟନ ଗାଇଡ୍ ଏବଂ କୁନୁ କ୍ଷେତ୍ର ଦଳର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିବ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି 🔴 ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ସଚିବସ୍ତରୀୟ ବୈଠକ 🔴 ତାମିଲନାଡୁରେ ରାଜନୈତିକ ଝଡ଼,ଉଦୟନିଧି ଷ୍ଟାଲିନଙ୍କ ଗିରଫକୁ ନେଇ ବଡ଼ ଚର୍ଚ୍ଚା…. 🔴 ମଦ ଦୋକାନକୁ ବିରୋଧ କରି ୬ଘଣ୍ଟିଆ ଜଟଣୀ ବନ୍ଦ ଡାକରା 🔴 ଟ୍ରେନ୍‌ରେ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି 🔴 ବଢ଼ିବ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ମଝି ଆକାଶରେ ଥରିଲା ଏୟାର ଇଣ୍ଡିଆ ବିମାନ 🔴 ଦୁଇଟି ବଡ଼ ଘଟଣା, ସ୍କାନରରେ ୨୪୦ବ୍ୟକ୍ତି 🔴 ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ସଚିବସ୍ତରୀୟ ବୈଠକ 🔴 ତାମିଲନାଡୁରେ ରାଜନୈତିକ ଝଡ଼,ଉଦୟନିଧି ଷ୍ଟାଲିନଙ୍କ ଗିରଫକୁ ନେଇ ବଡ଼ ଚର୍ଚ୍ଚା…. 🔴 ମଦ ଦୋକାନକୁ ବିରୋଧ କରି ୬ଘଣ୍ଟିଆ ଜଟଣୀ ବନ୍ଦ ଡାକରା 🔴 ଟ୍ରେନ୍‌ରେ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି