Masthead

ଓଡ଼ିଶା ଆସୁଛନ୍ତି ମହାମହିମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ନ ୫ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ୭ ତାରିଖ ଯାଏ ସେ ଓଡ଼ିଶାରେ ରହିବେ । ପୁରୀରେ ଜଗନ୍ନାଥଙ୍କ ଦର୍ଶନ ପରେ ସମୁଦ୍ର ବେଳାଭୂମିରେ ହେବାକୁ ଥିବା ଭାରତୀୟ ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଜଧାନୀରେ ଓୟୁଏଟିର ସମାବର୍ତ୍ତନ ଉତ୍ସବ, ନୂଆ ଜୁଡିସିଆଲ୍‌ କମ୍ପେ୍ଲକ୍ସର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହିତ ରାଜଧାନୀ ଓ ମୟୂରଭଞ୍ଜର ଏକାଧିକ କାର୍ୟ୍ୟକ୍ରମରେ ସେ ଯୋଗଦେବେ ।

ଏହାପରେ ରାଜଭବନ ଯାଇ ସେଠାରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତି ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସକାଳ ୯ଟା ୪୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ। ପରେ ସେଠାରୁ ଶ୍ରୀମନ୍ଦିର ଯାଇ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ। ଅପରାହ୍ନ ୩ଟା ୫୫ମିନିଟରେ ପୁରୀ ବ୍ଲୁ-ଫ୍ଲାଗ ବେଳାଭୂମିରେ ଆୟୋଜିତ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ। ଡିସେମ୍ବର ୫ତାରିଖରେ ଓୟୁଏଟିର ୪୦ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

ସେହିଦିନ ଭୁବନେଶ୍ୱରର ନ୍ୟାୟିକ କୋର୍ଟର ନୂଆ ଅଟ୍ଟାଳିକାକୁ ଉଦଘାଟନ କରିବେ । ଡିସେମ୍ବର ୬ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ଉପରବେଡ଼ାଠାରେ ଛାତ୍ରଛାତ୍ରୀ ଓ ଗାଁ ଲୋକମାନଙ୍କ ସହ ମତବିନିୟମ କରିବେ । ସେହିଦିନ ରାଇରଙ୍ଗପୁରଠାରେ ସେ ରାଇରଙ୍ଗପୁର ମହିଳା କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପିକମାନଙ୍କ ସହ କଥା ହେବେ । ୭ତାରିଖରେ ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁରମରା-ଚକୁଳିଆ ଓ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳଲାଇନ୍‌, ରାଇରଙ୍ଗପୁର ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ଦାଣ୍ଡବୋଷ ବିମାନ ବନ୍ଦର ଓ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ