Masthead

ସୋମବାର ଠାରୁ ୧୭ ରୁଟ ରେ ଗଡିବ ମୋ ବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):

କରୋନା ପାଇଁ ରାଜଧାନୀରେ ‘ମୋ ‌ବସ୍‌’ ସେବା ପ୍ରଭାବିତ ହୋଇଥିବାବେଳେ ନଭେମ୍ବର ୨ରୁ ଅଧିକ ବସ୍‌ ଚଲାଇବାକୁ କ୍ରୁଟ୍‌ ନିଷ୍ପତ୍ତି ନେଇଛି ।   ଯାତ୍ରୀ  ବଢୁ  ଥିବାରୁ ପୁଣି  ୧୭ଟି ରୁଟ୍‌ରେ ବସ୍‌ ଚଲାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ୨ ତାରିଖ ଠାରୁ ପୂର୍ବ  ସମୟ ଅନୁଯାୟୀ ବସ୍‌ ଚାଲିବ ବୋଲି  କ୍ରୁଟ୍‌  ପକ୍ଷରୁ କୁହାଯାଇଛି ।
କ୍ରୁଟ୍‌ର ସୂଚନା ଅନୁଯାୟୀ, ରୁଟ୍‌-୧୧ରେ ନନ୍ଦନବିହାରରୁ ବାଳକାଟି, ରୁଟ୍‌-୧୨ରେ ମାଷ୍ଟରକ୍ୟାଣ୍ଟିନରରୁ ନନ୍ଦନକାନନ, ରୁଟ୍‌-୧୬ରେ ମାଷ୍ଟରକ୍ୟାଣ୍ଟିନରୁ କଟକର ବିଜୁ ପଟ୍ଟନାୟକ ପାର୍କ, ରୁଟ୍‌-୧୭ରେ ଭୁବନେଶ୍ୱର ବିମାନବନ୍ଦରରୁ ବାରବାଟୀ ଷ୍ଟାଡିୟମ, ରୁଟ୍‌-୧୮ରେ ବରମୁଣ୍ଡାରୁ ଜଗତପୁର, ରୁଟ୍‌-୧୯ରେ ଏମ୍‌ସରୁ ଓଏମ୍‌ପି ଛକ, ରୁଟ୍‌-୨୦ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଭାୟା ବାଣୀବିହାର, ରୁଟ୍‌-୨୨ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଭାୟା ଜଟଣୀ, ରୁଟ୍‌-୨୩ରେ ମାଷ୍ଟରକ୍ୟାଣ୍ଟିନରୁ ସମ୍‌ ହସ୍ପିଟାଲ, ରୁଟ୍‌-୨୪ରେ କଳିଙ୍ଗ ବିହାରରୁ ସାଇ ମନ୍ଦିର, ରୁଟ୍‌-୨୫ରେ ଡୁମୁଡୁମାରୁ ମଞ୍ଚେଶ୍ୱର, ରୁଟ୍‌-୨୭ରେ ମାଷ୍ଟରକ୍ୟାଣ୍ଟିନରୁ ଏମ୍‌ସ, ରୁଟ୍‌-୨୮ରେ ମାଷ୍ଟରକ୍ୟାଣ୍ଟିନରୁ ଘାଟିକିଆ, ରୁଟ୍‌-୩୦ରେ ମାଷ୍ଟରକ୍ୟାଣ୍ଟିନରୁ ଗୋଠପାଟଣା, ରୁଟ୍‌-୩୩ରେ ମାଷ୍ଟରକ୍ୟାଣ୍ଟିନରୁ ପିପିଲି, ରୁଟ୍‌-୫୦ରେ ମାଷ୍ଟରକ୍ୟାଣ୍ଟିନରୁ ପୁରୀ ବସଷ୍ଟାଣ୍ଡ, ରୁଟ୍‌-୭୦ରେ ମାଷ୍ଟରକ୍ୟାଣ୍ଟିନରୁ କୋଣାର୍କକୁ ବସ୍‌ ଚାଲିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ