Masthead

ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି

ବାରିପଦା(ବଡ଼ ଖବର ବ୍ୟୁରୋ): ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ସାରି ଶିମିଳିପାଳରେ ରାତ୍ରିଯାପନ କରିଥିଲେ । ଆଜି ରାଷ୍ଟ୍ରପତି ଶିମିଳିପାଳ ବୁଲିବା କାର୍ଯ୍ୟକ୍ରମ ରହିଛି । ଏହା ପରେ  ଭୁବନେଶ୍ବର ଫେରିଆସିବେ। ଭୁବନେଶ୍ବରରୁ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ରାଷ୍ଟ୍ରପତି ଛତିଶଗଡ଼ ଅଭିମୁଖେ ଯିବା ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି । ଆଜି ସେଠାରୁ ବାହାରି ଗୁଡୁଗୁଡ଼ିଆ ଗ୍ରାଉଣ୍ଡକୁ ଯାଇ ଏକ ଟ୍ରାଇବାଲ କମ୍ୟୁନିଟି ଉଦଘାଟନ ପରେ ଅଞ୍ଚଳର ଆଦିବାସୀ ମହିଳା ଓ ଯୁବକଙ୍କ ସହ ଆଲୋଚନା କରିବେ।

ଏହା ପରେ ସେଠାରୁ ସେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରରେ ଆୟୋଜିତ ବ୍ଲାକ ସ୍ବାନ୍ ସମ୍ମିଳନୀରେ ରାଷ୍ଟ୍ରପତି ଯୋଗଦେବେ । ପରେ ଲୋକ ଭବନରେ ରାତ୍ରୀଯାପନ କରି ଆସନ୍ତାକାଲି ଛତିଶଗଡ଼ ଅଭିମୁଖେ ବାହାରିବାର କାର୍ୟ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ  ସାମିଲ ହେବା ସହ ତାଙ୍କ ଶ୍ବଶୁର ଘର ଗାଁ ପାହାଡ଼ପୁରକୁ ଯାଇଥିଲେ । ସ୍ଥାନୀୟ ବାସିନ୍ଦା ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେତାଳେ ରାଷ୍ଟ୍ରପତିଙ୍କୁ ପାଛୋଟି ନେଇଥିଲେ । ଏହା ପରେ ସେ ଏସ୍‌ଏଲ୍‌ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲ୍‌ ଇଞ୍ଜେକ୍ସନ୍ ନେଲା ନାବାଳକର ଜୀବନ ! 🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ସାରା ରାଜ୍ୟରେ ପାଳନ ହେଉଛି ଇଦ୍ 🔴 ଭୁଲ୍‌ ଇଞ୍ଜେକ୍ସନ୍ ନେଲା ନାବାଳକର ଜୀବନ ! 🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ସାରା ରାଜ୍ୟରେ ପାଳନ ହେଉଛି ଇଦ୍