Masthead

୨୦୨୨ରେ ଆଲିଆଙ୍କ ‘ଗଙ୍ଗୁବାଇ କଠିଆୱାଡି’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ବି ଟାଉନରେ । ତାଙ୍କ ପର୍ଶନାଲ୍ ଲାଫକୁ ନେଇ କିଛି ଗୁଡ୍ ନ୍ୟୁଜ୍ ଶୁଣାଯାଉଥିବା ବେଳେ ପୁଣି ଥରେ ତାଙ୍କ ପ୍ରଫେଶନାଲ କ୍ୟାରିୟରେ ଦେଖା ଦେଇଛି ବିବାଦ । ଏକ ବିଜ୍ଞାପନର ସୁଟିଂ କରି ଫସିଯାଇଛନ୍ତି ଆଲିଆ । ବଲିଡର ପଙ୍ଗା କୁଇନ୍ କଙ୍ଗନା ବି ତାଙ୍କୁ ଟାର୍ଗେଟ୍ କରି କିଛି ସୋସିଆଲ ମିଡିଆ ପୋଷ୍ଟ୍ ସେୟାର କରିଛନ୍ତି । ତେବେ ଏ ସବୁ ଭିତରେ ଏବେ ଆଲିଆଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ଖୁସି ଖବର । ଘୋଷଣା ହୋଇଛି ତାଙ୍କ ଆଗାମୀ ବିଗ୍ ବଜେଟ୍ ମୁଭି ‘ଗଙ୍ଗୁବାଇ କଠିଆୱାଡି’ର ରିଲିଜ୍ ଡେଟ୍ । କରୋନା ପାଇଁ ଏହି ଫିଲ୍ମର ରିଲିଜ୍ ଡେଟ୍ ପୋଷ୍ଟପୋନ୍ ହେଉଥିବା ବେଳେ ଶେଷରେ ନିର୍ମାତା ଏହାକୁ ୨୦୨୨ ଜାନୁଆରି ୬ରେ ରିଲିଜ୍ କରିବେ ବୋଲି ଘୋଷଣା କରିଛନ୍ତି ।

ସଞ୍ଜୟ ଲୀଲା ଭସାଂଲିଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ଏଇ ଚଳଚିତ୍ରର ମୁକ୍ତିଲାଭର ତାରିଖ ଘୋଷଣା ହେବା ପଛରେ ଉଭୟ ପ୍ରଜୋଜକ ହିଁ ଗୁରୁତ୍ୱ ଦେଇଛନ୍ତି । କାରଣ ଏହା ସେମାନଙ୍କର ସ୍ୱପ୍ନର ସିନେମା । ବାସ୍ତବ କାହାଣୀକୁ ଆଧାର କରି ତିଆରି ହୋଇଥିବା ଏହି ମୁଭିର ଏକ ଦମଦାର ଟ୍ରେଲର ରିଲିଜ୍ ହୋଇ ସାରିଛି । ଟ୍ରେଲରରେ ଆଲିଆଙ୍କର ନିଖୁଣ ଅଭିନୟ ଦର୍ଶକଙ୍କର ବେଶ୍ ମନଛୁଆଁ ହୋଇଛି । ଏବେ ଖାଲି ମୁଭିର ରିଲିଜ୍ କୁ ଅପେକ୍ଷା କରି ରହିଛନ୍ତି ଦର୍ଶକ । ସେପଟେ ଆଲିଆ ବି ଏହି ମୁଭି ପାଇଁ ବେଶ୍ ଏକ୍ସସାଇଟେଟ୍ ରହିଛନ୍ତି । ନିକଟରେ ସେ ମୁଭିର ଏକ ପୋଷ୍ଟର ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଏହାର ରିଲିଜ୍ ବିଷୟରେ ଜଣାଇଛନ୍ତି । ତେବେ ବଲିଉଡର ପପୁଲାର ଡିରେକ୍ଟର ସଞ୍ଜୟ ଲୀଲା ଭସାଂଲୀ ଙ୍କ ନିର୍ଦ୍ଦେଶନାରେ ତିଆରି ହେଇଥିବା ଏହି ମୁଭି ନିଶ୍ଚୟ ଏକ ବଡ ସଫଳତା ପାଇବ ବୋଲି ଆଶା ରଖିଛନ୍ତି ଦର୍ଶକ । ଆଉ ମୁଭିରେ ଆଲିଆଙ୍କ ଦମଦାର ଅଭିନୟ ନିଶ୍ଚୟ ଏକ ରେକର୍ଡ ତିଆରି କରିବ ବୋଲି ଶୁଣିବାକୁ ମିଳୁଛି ।

ତେବେ ଆଲିଆଙ୍କ କଥା କହିବାକୁ ଗଲେ ଖୁବ୍ ଶୀଘ୍ର ସେ ବୟଫ୍ରେଣ୍ଡ୍ ରଣବୀର କପୁରଙ୍କୁ ମ୍ୟାରେଜ କରିବେ ବୋଲି ଚର୍ଚ୍ଚା ହେଉଛି । ନିକଟରେ ରଣବୀରଙ୍କ ଜନ୍ମଦିନ ଅବସରରେ ଦୁହେଁ ସେଲିବ୍ରେଟ୍ ପାଇଁ ଯୋଦ୍ଧପୁର ଯାଇଥିବା ଦେଖିବାକୁ ମିଳିଥିଲା । ଏହା ସହ ଶୁଣିବାକୁ ମିଳିଥିଲା ଯେ ଦୁହେଁ କୁଆଡେ ନିଜ ୱେଡିଂ ଡେଷ୍ଟିନେସନ୍ ସିଲେକ୍ଟ କରିବାକୁ ଯୋଦ୍ଧପୁର ଯାଇଛନ୍ତି । ତେବେ ମ୍ୟାରେଜକୁ ନେଇ ଉଭୟ କୌଣସି ଅଫିସିଆଲ ଆନାଉନ୍ସ କରିନଥିଲେ ବି ଖୁବ୍ଶୀଘ୍ର ଏହି ଷ୍ଟାର କପଲ ମ୍ୟାରେଜ୍ କରିବେ ବୋଲି ଏବେ ସବୁଠି ସୁଣିବାକୁ ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ