Masthead

ସାଇବର ସୁରକ୍ଷା ସଚେତନତା ଅଭିଯାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖରେ ଉଦଘାଟନ କରିବାକୁ ଯାଉଛନ୍ତି। ଏହି କାର୍ୟ୍ୟକ୍ରମ ସେପ୍ଟେମ୍ବର ୩୦ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ। ବିଶେଷ କରି ଯେଉଁ ଭଳି ଭାବରେ ବିଭିନ୍ନ ଉପାୟରେ ସାଇବର ଠକ ମାନେ ଜନସାଧାରଣ ମାନଙ୍କୁ ଭୁଆଁ ବୁଲେଇ ଠକି ଦେଉଛନ୍ତି।

ତାକୁ ରୋକିବା ପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ।ରାଜ୍ୟର ପ୍ରତେକ ଜିଲ୍ଲାରେ ଏହି କାର୍ୟ୍ୟକ୍ରମ ଚାଲୁ ରହିବ। ତା ସହିତ ଏକ ସଚେତନତା ରଥ ମଧ୍ୟ ବୁଲାଯାଇ ଗାଁ ଗହଳିଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ୟ୍ୟନ୍ତ ଜନସାଧାରଣ ମାନଙ୍କୁ ସାଇବର ସୁରକ୍ଷା ଉପରେ ସଚେତନତା କରାଯିବା। ଆଜି ସେହି ପରିପ୍ରେକ୍ଷିରେ ଜିଲ୍ଲାପାଳ ପାରୁଲ ପଟୱାରୀ ଓ ଆରକ୍ଷି ଅଧିକ୍ଷକ ରାହୁଲ୍ ପିଆର୍ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆରକ୍ଷି ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା