ଯାଜପୁର(ବଡ଼ ଖବର ବ୍ୟୁରୋ): ତିନି ଦଫା ଦାବି ନେଇ ଓଡ଼ିଶାର ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏଗାର ଦିନ ହେଲା ଧାରଣାରେ ବସିଛନ୍ତି । ସରକାର ସେମାନଙ୍କ ଦାବି ଶୁଣୁନଥିବାରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ସମୂହ ଦୀପ ଦାନ କରିଥିଲେ । ସରକାରଙ୍କ ସଦବୁଦ୍ଧି ହେଉ ଆମ ସମସ୍ୟାର ସମାଧାନ କରନ୍ତୁ ବୋଲି ମା ବିରଜାଙ୍କ ନିକଟରେ ପ୍ରାଥନା କରିଛନ୍ତି ଯାଜପୁର ବ୍ଲକର ସମସ୍ତ ସରକାରୀ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ।