Masthead

ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ହାତୀ ଆତଙ୍କ । ୨ଟି ଦନ୍ତା ହାତୀ ପାହାଡ଼ରେ ଦୁଇ ଦିନ ହେଲା ଡେରା ପକାଇଛନ୍ତି । ଆମ୍ବ ଖାଇବା ଅନ୍ୱେଷଣରେ ଆସି ପାହାଡ଼ରେ ଅଛନ୍ତି ୨ ଦନ୍ତା । ଜନବସତି ମୁହାଁ ନହେବା ଲାଗି ବନ ବିଭାଗର ପାଟ୍ରୋଲିଂ । ଭୁବନେଶ୍ୱର ୱାଇଲ୍ଡଲାଇଫ୍ ରେଞ୍ଜରଙ୍କ ନେତୃତ୍ବରେ ୨ଟି ଟିମ୍‌ ନଜର ରଖିଛନ୍ତି। ବନବିଭାଗ ପକ୍ଷରୁ ଦନ୍ତା ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖାଯାଇଛି । ବାରମ୍ବାର ପୁରା ଅଞ୍ଚଳରେ ବାଜୁଛି ସାଇରନ ।

ଖବର ଅନୁଯାୟୀ, ଭୁବନେଶ୍ୱର ଶିଖରଚଣ୍ଡୀରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ଧରି ଦୁଇ ଦନ୍ତା ଉତ୍ପାତ କରୁଛନ୍ତି । ଏମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ଟ୍ରାକିଂ କରୁଛି । ଏଥିପାଇଁ ଦୁଇଟି ସ୍ପେଶାଲ୍ ଗ୍ରୁପ୍ ନିୟୋଜିତ ହୋଇଛନ୍ତି। ଟ୍ରାକିଂରେ ନିୟୋଜିତ ଅଛନ୍ତି ଚନ୍ଦକା ଏବଂ ଭୁବନେଶ୍ବର ରେଞ୍ଜ କର୍ମଚାରୀ । ସାଇରନ୍ ବଜାଇ ଚାଲିଛି ଅପରେସନ। ହାତୀ ଯେପରି ସହର ଭିତରକୁ ପ୍ରବେଶ ନ କରିବ, ସେନେଇ ଚେଷ୍ଟା ଚଳାଇଛି ବନ ବିଭାଗ। ହାତଟି ଭରତପୁର ଜଙ୍ଗଲରୁ ଚାଲିଆସିଥିବା ସୂଚନା ଦେଇଛନ୍ତି ଡେପୁଟି ରେଞ୍ଜର। ସେହିପରି ପୂର୍ବ ଥର ପରି ହାତୀଟି ଯେପରି ସୁରକ୍ଷିତ ଭାବେ ଜଙ୍ଗଲ ମଧ୍ୟ ଛଡ଼ାଯାଇଥିଲା । ସେହିପରି ଏଥର ବି ଦୁଇଟି ଦନ୍ତା ହାତୀଙ୍କୁ ଜଙ୍ଗଲ ମଧ୍ୟକୁ ସୁରକ୍ଷିତ ଭାବେ ଛଡାଯିବ । ବନବିଭାଗ ଲଗାତର ଭାବେ ଅପରେସନ କରିଆସୁଛି । ଏହି ଅପରେସନରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ରହିଛି । ତେବେ ହାତୀ ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ