Masthead

ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ

କଟକ (ବଡ଼ ଖବର ବ୍ୟୁରୋ): କଟକ କୃଷକ ବଜାର ସ୍ଥିତ ଏକ ଘରୋଇ ହସ୍ପିଟାଲ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଜୀବିତ ରୋଗୀକୁ କାଗଜପତ୍ରରେ ମାରିଦେଲା ଘରୋଇ ହସ୍ପିଟାଲ। ଆୟୁଷ୍ମାନ କାର୍ଡରେ ଜୀବିତ ରୋଗୀଙ୍କୁ ମୃତ କରିଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ। କଟକ ବିଡାନାସୀ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ। କଟକ ରାଣୀହାଟ ଅଞ୍ଚଳର ଚଞ୍ଚଳା ନାଟିଆ କଟକ କୃଷକ ବଜାର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆୟୁଷ୍ମାନ କାର୍ଡରେ ଚିକିତ୍ସିତ ହୋଇ ଗତ ୧ ତାରିଖରେ ଘରକୁ ଡିସଚାର୍ଜ ହୋଇଥିଲେ।

ତେବେ ଗତକାଲି ପୁଣି ଦେହ ଖରାପ ହେବାରୁ ସେହି ହସ୍ପିଟାଲକୁ ଆସିବା ପରେ ତାଙ୍କୁ ଚିକିତ୍ସା ନକରି ଫେରାଇ ଦେଇଥିଲେ। ତେବେ ଅନ୍ୟ ଏକ ହସ୍ପିଟାଲକୁ କାର୍ଡ ନେଇ ଦେଖିବା ପରେ ରୋଗୀ ଜଣଙ୍କ ମୃତ ବୋଲି କାର୍ଡ ପୋର୍ଟାଲରେ ଥିବା ଜାଣିବାକୁ ପାଇଥିଲେ। ତେବେ ଆଜି କୃଷକ ବଜାର ହସ୍ପିଟାଲ ବିରୋଧରେ ଥାନାରେ ଅଭିଯୋଗ ପରେ ପୋଲିସ୍ ଆସି ତଦନ୍ତ ଆରମ୍ଭ କରିଛି। କାଗଜପତ୍ରରେ ମୃତ ଘଟଣାରେ ନିଜର ଭୁଲ୍ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ତେବେ ରୋଗୀ ସମ୍ପର୍କୀୟ ଅଭିଯୋଗ ପରେ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ରୋଗୀ ଜଣଙ୍କ ଚିକିତ୍ସା ନପାଇ ଅସହାୟ ଅବସ୍ଥାରେ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ