Masthead

ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ

କଟକ (ବଡ଼ ଖବର ବ୍ୟୁରୋ): କଟକ କୃଷକ ବଜାର ସ୍ଥିତ ଏକ ଘରୋଇ ହସ୍ପିଟାଲ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଜୀବିତ ରୋଗୀକୁ କାଗଜପତ୍ରରେ ମାରିଦେଲା ଘରୋଇ ହସ୍ପିଟାଲ। ଆୟୁଷ୍ମାନ କାର୍ଡରେ ଜୀବିତ ରୋଗୀଙ୍କୁ ମୃତ କରିଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ। କଟକ ବିଡାନାସୀ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ। କଟକ ରାଣୀହାଟ ଅଞ୍ଚଳର ଚଞ୍ଚଳା ନାଟିଆ କଟକ କୃଷକ ବଜାର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆୟୁଷ୍ମାନ କାର୍ଡରେ ଚିକିତ୍ସିତ ହୋଇ ଗତ ୧ ତାରିଖରେ ଘରକୁ ଡିସଚାର୍ଜ ହୋଇଥିଲେ।

ତେବେ ଗତକାଲି ପୁଣି ଦେହ ଖରାପ ହେବାରୁ ସେହି ହସ୍ପିଟାଲକୁ ଆସିବା ପରେ ତାଙ୍କୁ ଚିକିତ୍ସା ନକରି ଫେରାଇ ଦେଇଥିଲେ। ତେବେ ଅନ୍ୟ ଏକ ହସ୍ପିଟାଲକୁ କାର୍ଡ ନେଇ ଦେଖିବା ପରେ ରୋଗୀ ଜଣଙ୍କ ମୃତ ବୋଲି କାର୍ଡ ପୋର୍ଟାଲରେ ଥିବା ଜାଣିବାକୁ ପାଇଥିଲେ। ତେବେ ଆଜି କୃଷକ ବଜାର ହସ୍ପିଟାଲ ବିରୋଧରେ ଥାନାରେ ଅଭିଯୋଗ ପରେ ପୋଲିସ୍ ଆସି ତଦନ୍ତ ଆରମ୍ଭ କରିଛି। କାଗଜପତ୍ରରେ ମୃତ ଘଟଣାରେ ନିଜର ଭୁଲ୍ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ତେବେ ରୋଗୀ ସମ୍ପର୍କୀୟ ଅଭିଯୋଗ ପରେ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ରୋଗୀ ଜଣଙ୍କ ଚିକିତ୍ସା ନପାଇ ଅସହାୟ ଅବସ୍ଥାରେ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା