Masthead

ପାଦରୁ ଅଳତା ଲିଭିନି, ଯୌତୁକ ଜୁଇରେ ଜଳିଗଲେ ପ୍ରିୟଙ୍କା

ଛତ୍ରପୁର(ବଡ଼ ଖବର ବ୍ୟୁରୋ): ପାଦରୁ ଅଳତା ଲିଭିନି, ଯୌତୁକ ଜୁଇରେ ଜଳିଗଲେ ପ୍ରିୟଙ୍କା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଛତ୍ରପୁର ଥାନା ରାଜପୁର ଗ୍ରାମରେ । ରାଜପୁର ଗ୍ରାମର ତପନ ଗୌଡଙ୍କ ସ୍ତ୍ରୀ ପ୍ରିୟଙ୍କା ବେକରେ ଲୁଗା ଲଗେଇ ଝୁଲୁଥିଲେ । ଖବର ପାଇ ଛତ୍ରପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି । ପୋଲିସ ତପନ ଗୌଡଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଦିଗପହଣ୍ଡି ଥାନା ନରସିଂହପୁର ଗ୍ରାମର ବାବୁ ଗୌଡଙ୍କ ଝିଅ ପ୍ରିୟଙ୍କାଙ୍କ ସହ ତପନଙ୍କର ବିବାହ ହୋଇଥିଲା ।

ବିବାହର ତିନି ମାସ ପରେ ଅଧିକ ଯୈାତୁକ ପାଇଁ ପ୍ରିୟଙ୍କାଙ୍କୁ ଶ୍ୱଶୁର ଘର ଲୋକେ ଶାରୀରିକ ଓ ମାନସିକ ଅତ୍ୟାଚାର ଦେଇଆସୁଥିଲେ । ଶ୍ୱଶୁରଘର ଲୋକେ ହତ୍ୟା କରିଥିବା ମୃତ ପ୍ରିୟଙ୍କାଙ୍କ ବାପା ବାବୁ ଗୌଡ ଏତାଲାରେ ଦର୍ଶାଇଛନ୍ତି । ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସ୍ପଷ୍ଟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା