ମା ମାଡ଼ରୁ ବର୍ତ୍ତିବା ପାଇଁ ଟାୟାର ଭିତରେ ଲୁଚିଥିବା ଶିଶୁ ମୃତ୍ୟୁ

ସୋର(ବଡ଼ ଖବର ବ୍ୟୁରୋ): ମା ମାଡ଼ରୁ ବର୍ତ୍ତିବା ପାଇଁ ଟାୟାର ଭିତରେ ଲୁଚିଥିବା ୮ ବର୍ଷର ଶିଶୁ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ବାଗୁଡ଼ି ଦୁର୍ଗାଦେବୀ କ୍ରସରରେ । ନିକଟସ୍ଥ ଅଙ୍ଗୁଳ ଗ୍ରାମର କଣ୍ଢେଇ ବିନ୍ଧାଇଙ୍କ ଝିଅ ଆଶା ଦ୍ୱିପ୍ରହାର ଘରେ ଖାଇବା ବେଳେ ମା ସହିତ ଅଝଟ କରିଥିଲା ।

     ମା ଆଶାକୁ ଚାପୁଡେ ମାରିବାରୁ ଝିଅଟି ମାଡ ଭୟରେ ଆସି ନିକଟରେ ଥିବା ଏକ କ୍ରସରରେ ରାଖାଯାଇଥିବା ଟ୍ରାକ୍ଟର ଟାୟାର ଭିତରେ ଲୁଚି ଯାଇଥିଲା । ତେବେ କ୍ରସରରେ ଥିବା ଜେସିବି ପିଲାଟି ଲୁଚିଥିବା ଟାୟାର ଉପରେ ରଖିଦେବାରୁ ପିଲାଟି ଚାପି ହୋଇ ମୃତ୍ୟୁ ବରଣ କରିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!