Masthead

’ମୋ ସ୍ୱାମୀଙ୍କୁ ବଞ୍ଚାଇ ଦିଅ’

ବଡ଼ସାହି (ବଡ଼ ଖବର ବ୍ୟୁରୋ): ମାଳ ମାଳ ସ୍ୱାସ୍ଥ୍ୟଭିତ୍ତିକ ଯୋଜନା ଗରିବଙ୍କ ପାଇଁ ସରକାର କାର୍ଯ୍ୟକାରୀ କରୁଛନ୍ତି । ହେଲେ ଯୋଜନା ସବୁ ହିତାଧିକାରୀଙ୍କ ହିତରେ ଲାଗୁ ନାହିଁ । କେଉଁଠି ସ୍ୱାସ୍ଥ୍ୟକାର୍ଡ଼ର ଅବଧି ସରିଯାଇଛି ତ, କେଉଁଠି ସ୍ୱାସ୍ଥ୍ୟକାର୍ଡ ଥାଇ ମଧ୍ୟ ରୋଗୀକୁ ଚିକିତ୍ସା ପାଇଁ ଅର୍ଥ ଦେବାକୁ ପଡୁଛି । ଆମେ କହୁଛୁ ମୟୂରଭଞ୍ଜ ଜିଳ୍ଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତ ବିଜିପୁର ଗ୍ରାମର ସୁଶାନ୍ତ ବାରିକଙ୍କ କଥା । ୪୨ ବର୍ଷର ସୁଶାନ୍ତ କର୍କଟ ରୋଗରେ ପୀଡିତ । ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନା ଠୁ ଆରମ୍ଭକରି ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ଯାଇ ତଳିତଳାନ୍ତ ହୋଇଗଲେଣି ଓ ପେଟକୁ ଗଣ୍ଡେ ଦାନା ଯୋଗାଡ କରିବା ପାଇଁ ପାଖରେ ଅର୍ଥ ନାହିଁ । ଚାରିପ୍ରାଣୀ କୁଟୁମ୍ବ। ସୁଶାନ୍ତଙ୍କ ପରିବାର କହିଲେ ସ୍ତ୍ରୀ ମିନାକ୍ଷୀ, ନଅ ବର୍ଷର ପୁଅ ହରିଶଙ୍କର ଏବଂ ବୁଢ଼ୀ ମା’ ।

ପରିବାରରେ ରୋଜଗାରିଆ କହିଲେ ସୁଶାନ୍ତ ଏକା । ସୁଶାନ୍ତ ଜଣେ ଦିନମଜୁରିଆ। ଯାହା ଆଣିଲେ ସେତିକିରେ ପରିବାର ଚଳିବା ସହିତ ପୁଅକୁ ପାଠ ପଢ଼ାଇଥାନ୍ତି । ମାତ୍ର ସୁଶାନ୍ତ ଶଯ୍ୟାଶାୟୀ ହେଲା ଦିନରୁ ପରିବାରଟି ସମ୍ପୂର୍ଣ ଭାଙ୍ଗିପଡ଼ିଛି । ସ୍ୱାମୀକୁ ଭଲ କରିବା ପାଇଁ ମିନାକ୍ଷୀ ସବୁ ଚେଷ୍ଟା କରି ଚାଲିଛନ୍ତି । ସରକାରଙ୍କୁ କିଛି ସାହାଯ୍ୟ ଭିକ୍ଷା କରୁଛନ୍ତି । ସୁଶାନ୍ତଙ୍କ ଛୋଟ ପିଲାଟି ମୁଣ୍ଡରେ ପରିବାରର ବୋଝ । ପାଠ ପଢିବାକୁ ଇଚ୍ଛା ଥିଲେବି ପଢିପାରୁ ନାହିଁ । ଆମେ ପରିବାରର ଓ ବାପାର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରିଲାବେଳେ ପିଲାଟି ଭିତରେ ଥିବା କୋହ ବାହାରକୁ ବାହାରି ଆସୁଥିଲା । ବଡ଼ ଖବର ମାଧ୍ୟମରେ ବାପାର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ସରକାରଙ୍କୁ ପ୍ରାର୍ଥନା କରିବା ସହିତ ଲୋକମାନଙ୍କର ସାହାଯ୍ୟ ମଧ୍ୟ ଭିକ୍ଷା କରିଛନ୍ତି । ସୁଶାନ୍ତଙ୍କ ପାଖରେ ନିଜ ନାମରେ ଲେବର କାର୍ଡ ଥିବା ସହିତ ବିଜୁ କୃଷକ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟକାର୍ଡ ମଧ୍ୟ ରହିଛି । ତଥାପି ସରକାରଙ୍କ କୌଣସି ସୁବିଧା ମିଳିପାରୁନାହିଁ । କାର୍ଡରେ ଲେଖା ଅଛି “ମୋ ରାଜ୍ୟର କୌଣସି ଚାଷୀ ଏବଂ ତାଙ୍କ ପରିବାର ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେବେନାହିଁ ” ମାତ୍ର ତା’ର ବିପରୀତ ହେଉଛି ଆମ ରାଜ୍ୟରେ ।

ଉପଯୁକ୍ତ ସେବା ନପାଇ କେତେ ଯେ ପରିବାର ଉଜୁଡି ଗଲାଣି କହିହେବ ନାହିଁ । ସାହି ପଡିଶା ବନ୍ଧୁ ବାନ୍ଧବମାନଙ୍କ ଠାରୁ ମାଗି କିଛି ଅର୍ଥ ଯୋଗାଡ କରି ବର୍ତ୍ତମାନ ସୁଶାନ୍ତ କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଡ଼ମିସନ ହୋଇଛନ୍ତି । ତେବେ ଡାକ୍ତର କହୁଛନ୍ତି ଉନ୍ନତ ଚିକିତ୍ସା ପାଇଁ ଅଧିକ ଟଙ୍କା ଦରକାର । ଯଦି କେହି ସୁଶାନ୍ତଙ୍କୁ ଏହି ଦୁଃଖଦ ପରିସ୍ଥିତିରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଦିଆଯାଇଥିବା ଫୋନ ନମ୍ବରରେ ଯୋଗାଯୋଗ କରିପାରିବେ । କିମ୍ବା ଦିଆଯାଇଥିବା ଆକାଉଣ୍ଟ ନମ୍ବର ବା ଫୋନ ପେ ନମ୍ବରରେ ମଧ୍ୟ ସହଯୋଗ ପଠାଇ ପାରିବେ । Name-Shusanta Kumar Barik , A/C-548510110000240, IFSC-BKID0005484, Mobile Number-8339078824, Phone Pay Number -9938679689

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା