Masthead

ପୁଲୱାମା ଏନକାଉଣ୍ଟର: ଚାରି ଆତଙ୍କବାଦୀ ମୃତ, ଜଣେ ସୈନିକ ସହିଦ

(ବଡ଼ ଖବର ବ୍ୟୁରୋ) ଗୁରୁବାର ବିଳମ୍ବିତ ରାତିରୁ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସୁରକ୍ଷା ବାହିନୀ ୪ଜଣ ଆତଙ୍କବାଦୀଙ୍କୁ ମାରି ନିହତ କରିଛନ୍ତି । ଏହା ସହିତ ଆତଙ୍କବାଦୀଙ୍କ ଜଣେ ସହଯୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏଥିସହିତ ଜଣେ ସୈନିକ ସହିଦ ହୋଇଛନ୍ତି । ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି । ସୁରକ୍ଷା ବାହିନୀ ଦ୍ୱାରା ଏହି ଅପରେସନ୍ ଚାଲିଛି । ଯେଉଁଥିରେ ପୋଲିସ୍, ସିଆରପିଏଫ ଏବଂ ସେନାର ୪୪-ଆରଆର (ରାଷ୍ଟ୍ରୀୟ ରାଇଫଲ୍ସ) ଅନ୍ତର୍ଭୁକ୍ତ ଅଛନ୍ତି । କାଶ୍ମୀର ଜୋନର ଆଇଜି ବିଜୟ କୁମାର କହିଛନ୍ତି ଯେ, ପୁଲୱାମାର ହାଜିନ୍ ରାଜପୋରା ଅଞ୍ଚଳରେ ଏହି ଏନକାଉଣ୍ଟର ଚାଲୁ ରହିଛି । ଯେଉଁଥିରେ ତିନି ଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀଙ୍କୁ ମାରିଦିଆଯାଇଛି । ସେଠାରେ ଅପରେସନ୍ ଜାରି ରହିଛି । ଆଇଜିଙ୍କ ବିବୃତ୍ତିର କିଛି ସମୟ ପରେ ସୁରକ୍ଷା ବାହିନୀ ଅନ୍ୟ ଜଣେ ଆତଙ୍କବାଦୀ ତଥା ଆତଙ୍କବାଦୀଙ୍କ ସହାୟକଙ୍କୁ ମାରିବାରେ ସଫଳ ହୋଇଛନ୍ତି । ହାଜିନ୍ ରାଜପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚିବା ସମ୍ପର୍କରେ ଗୁପ୍ତଚର ସଂସ୍ଥା ସୂଚନା ପାଇଥିଲା। ପରେ ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ସବୁ ଦିଗରୁ ଘେରି ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ।

ଆତ୍ମସମର୍ପଣ କରିବା ପରିବର୍ତ୍ତେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ମଧ୍ୟ ଗୁଳି ବିନିମୟରେ ଉପଯୁକ୍ତ ଉତ୍ତର ଦେଇଥିଲେ । ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଯବାନଙ୍କର ମୃତ୍ୟୁ ହୋଇଥିଲା। ସୁରକ୍ଷା ବାହିନୀ ଚାରିଜଣ ଆତଙ୍କବାଦୀ ଏବଂ ସେମାନଙ୍କ ମଧ୍ୟରୁ ଜଣେ ସହଯୋଗୀଙ୍କୁ ହତ୍ୟା କରିଛନ୍ତି, ଯାହାର ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ