Masthead

ଡେଲ୍ଟା ଭ୍ୟାରିଆଣ୍ଟ ବିରୋଧରେ କୋଭାକ୍ସିନ ପ୍ରଭାବଶାଳୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ବାୟୋଟେକ ଓ ଆଇସିଏମ୍ଆର୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା ଡେଲ୍ଟା ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଏନେଇ ତଥ୍ୟ ପ୍ରକାଶ କରିଛି ଆମେରିକାର ସ୍ୱାସ୍ଥ୍ୟ ଗବେଷଣା ଅନୁଷ୍ଠାନ । ଏନଆଇଏଚର ଅଧ୍ୟୟନ ଅନୁସାରେ, କୋଭାକ୍ସିନ୍ ନେଇଥିବା ଲୋକଙ୍କ ବ୍ଲଡ୍ ସେରମରୁ ଜଣାପଡ଼ିଛି ଏହା ଆଣ୍ଟିବଡି ସୃଷ୍ଟି କରୁଛି । ବ୍ରିଟେନ୍ ଓ ଭାରତରେ ଚିହ୍ନିତ କୋଭିଡ୍ ଭାରିଆଣ୍ଟ B.1.1.7 , B.1.617 ବିରୋଧରେ କୋଭାକ୍ସିନ୍ ପ୍ରଭାବ ଦେଖାଉଛି । କୋଭାକ୍ସିନର ଦ୍ୱିତୀୟ ପର୍ୟ୍ୟାୟ ଟ୍ରାଏଲ୍ ତଥ୍ୟ ଅନୁସାରେ କୋଭାକ୍ସିନ୍ ସୁରକ୍ଷିତ ଅଟେ ।

କୋଭାକ୍ସିନର ତୃତୀୟ ପର୍ୟ୍ୟାୟ ଡାଟା ଚଳିତବର୍ଷ ଶେଷ ଆଡ଼କୁ ଆସିପାରେ । ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ୍ ୭୮ ପ୍ରତିଶତ ପ୍ରଭାବୀ କୁହାଯାଉଥିବା ବେଳେ ଏହା ମେଡିକାଲ ଆଡମିଶନରୁ ଶହେ ପ୍ରତିଶତ ବଞ୍ଚାଇଥାଏ । ସେହିଭଳି ଲକ୍ଷଣ ନଥିବା ବ୍ୟକ୍ତିଙ୍କ ଠାରେ କୋଭାକ୍ସିନ୍ ୭୦ ପ୍ରତିଶତ ପ୍ରଭାବୀ କୁହାଯାଉଛି ।ସେପଟେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱୀକୃତି ପାଇଛି । ବିଶ୍ୱର ୧୬ଟି ଦେଶ ଏହି ସ୍ୱୀକୃତି ଦେଇଛନ୍ତି ।

ବ୍ରାଜିଲ୍, ଭାରତ, ଫିଲଫାଇନ୍ସ, ଇରାନ୍, ମେକ୍ସିକୋ ପ୍ରଭୃତି ୧୬ଦେଶ ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନ୍କୁ ସ୍ୱୀକୃତି ଦେଇଛନ୍ତି । ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି ଇୟୁଏ ସ୍ୱୀକୃତି ଦେବା ପାଇଁ ପ୍ରସ୍ତୁତି ଚଳାଇଛି । ଯଦି ଇୟୁଏ ସ୍ୱୀକୃତି ଦିଏ ତେବେ ସମଗ୍ର ବିଶ୍ୱର ୫୦ ଦେଶ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର କରିବେ । ବ୍ରାଜିଲକୁ କୋଭାକ୍ସିନ୍ ଯୋଗାଣ ୮ମାସ ସମୟ ଲାଗିବ । ତେବେ ଭାରତ ବାୟାଟେକ୍ ଅଗ୍ରୀମ ପାଇନଥିବାରୁ ବ୍ରାଜିକୁ ଟିକା ଯୋଗାଣରେ ବିଳମ୍ବ ହେଉଛି । ଭାରତ ବାହାରେ କୋଭାକ୍ସିନର ମୂଲ୍ୟ ସ୍ଥିତର କରିଛି ଭାରତ ବାୟୋଟେକ୍ । ଭାରତ ବାହାରେ କୋଭାକ୍ସିନର ପ୍ରତି ଡୋଜ ଦର ରହିଛି ୧୫ରୁ ୨୦ ଆମେରୀୟ ଡଲାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ 🔴 ଗରମରୁ ମିଳିବନି ନିସ୍ତାର, ଜାରି ହେଲା ହିଟ୍‌ ୱେଭ୍ 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ