Masthead

୨୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ପଶ୍ଚିମ ବସ୍ତର ଡିଭିଜନରେ ଆତ୍ମସମର୍ପଣ କଲେ ୨୪ ମାଓବାଦୀ । ଛତିଶଗଡ଼ ସରକାରଙ୍କ ନିକଟରେ କଲେ ଆତ୍ମସମର୍ପଣ । ଶାନ୍ତି ବାର୍ତ୍ତା ପାଇଁ ପୁଣି ପତ୍ର ଜାରି କଲା କେନ୍ଦ୍ରୀୟ ମାଓ ସଙ୍ଗଠନ । ତେବେ ୨୪ ଜଣଙ୍କ ମଧ୍ୟରୁ ୧୪ଜଣ ମାଓବାଦୀଙ୍କ ଉପରେ ୨୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ଏପ୍ରିଲ ୨୧ ତାରିଖରୁ ତେଲେଙ୍ଗାନା ସୀମା ବିଜାପୁରରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିବାବେଳେ ଲଗାତାର ମାଓ ସମର୍ପଣ ଖବର ଆସୁଛି ।

ବିଜାପୁର ପୋଲିସ ଅଧୀକ୍ଷକଙ୍କ ସୂଚନା ମୁତାବକ , ସରେଣ୍ଡର କରିଥିବା ମାଓବାଦୀ ଅମାନବାୟ ମାଓ ଚିନ୍ତାଧାରା, ସ୍ଥାନୀୟ ଆଦିବାସୀଙ୍କ ଉପରେ ଅଯଥା ଅତ୍ୟାଚାରକୁ ନେଇ ଅତିଷ୍ଠ ହୋଇପଡିଛନ୍ତି । ସେମାନେ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ’ଭଲ ଗାଁ’ ଅଭିଯାନ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ପୂର୍ବ ବସ୍ତର ସମ୍ଭାଗ , ପରତାପୁର ଏରିଆ କମିଟି ଓ ପଶ୍ଚିମ ବସ୍ତର ସମ୍ଭାଗ ସଙ୍ଗଠନ ସହ ସମ୍ପୃକ୍ତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ