Masthead

ପୁରୀ ହାଜତ ମୃତ୍ୟୁ ମାମଲା: ପଢନ୍ତୁ କ’ଣ କହୁଛନ୍ତି ମୃତକଙ୍କ ଦାଦା…

ପୁରୀ(ବଡ଼ ଖବର ବ୍ୟୁରୋ):ପୁରୀରେ ହାଜତ ମୃତ୍ୟୁକୁ ନେଇ ଏବେ ଚାଲିଛି ହାଇଭୋଲଟେଜ ଡ୍ରାମା । ପୋଲିସ କହିବାନୁଯାୟୀ ଗାଡି ଧକ୍କାରେ ରମେଶଙ୍କ ମୃତ୍ୟୁ ଘଟିଛି । ରମେଶଙ୍କ ଦାଦାଙ୍କୁ ପୋଲିସ ଛାଡ଼ିଥିବା ବେଳେ ତାଙ୍କ ବାପା ମା ଏବେ କେଉଁଠି ତାହା ଏବେବି ସସ୍ପେନ୍ସ ଘେରରେ ରହିଛି । ଜାତୀୟ ମାନବାଧିକାର କମିଶନରଙ୍କ ନୋଟିସ ପରେ ତ୍ୱରିତ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇଛି। ସମ୍ବଲପୁର ଏସ୍‌ପି ଦାୟିତ୍ୱରେ ଥିବା କନଓ୍ୱର ବିଶାଲ ସିଂଙ୍କୁ ପୁରୀ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ପୁରୀ ବାସେଳୀ ସାହି ଥାନା ଏସ୍‌ଆଇଙ୍କ ସମେତ ୨ କନଷ୍ଟେବଳ ମଧ୍ୟ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ଏସ୍‌ଆଇ ହେଲେ ବିପ୍ଲବ କୁମାର ପ୍ରଧାନ ଓ ଦୁଇ କନଷ୍ଟେବଲ ଜଗନ୍ନାଥ ସ୍ୱାଇଁ, ବାବୁଲି ବେହେରା । ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। ପୋଲିସ ଗାଡି ଧକ୍କାରେ ରମେଶଙ୍କ ମୃତ୍ୟୁ ହୋଇଛି । ପୋଲିସ କବଜାରୁ ଫେରି ମୃତ କେ. ରମେଶଙ୍କ ଦାଦା ଏହା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ