Masthead

ନେଇଗଲେ ଚନ୍ଦ୍ର-ସୂର୍ଯ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୀର୍ଘ ୨୬ ବର୍ଷ ପରେ ଆସିଥିଲା ଅପୂର୍ବ ତିଥି । ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଅପୂର୍ବ ବେଶରେ ଦର୍ଶନ କରିବା ପାଇଁ ଭକ୍ତମାନେ ଚାହିଁ ରହିଥିଲେ । କିନ୍ତୁ କରୋନା କଟକଣା ସବୁ ବିଗାଡ଼ିଦେଲା । ଭକ୍ତଙ୍କୁ ବାରଣ କରାଗଲା ଶ୍ରୀମନ୍ଦିର । ମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି ହେଲା । ଭକ୍ତର ଆଶା ଆଶାରେ ରହିଗଲା । ପଞ୍ଚୁକ ୬ ଦିନରେ ଶ୍ରୀଜୀଉମାନେ ନାଗାର୍ଜ୍ଜୁନ ବେଶରେ ସଜ୍ଜିତ ହୋଇଥାନ୍ତି । ଏ ବର୍ଷ ମଧ୍ୟ ମହାପ୍ରଭୁ ସଜ୍ଜିତ ହୋଇଥିଲେ ବୀର ବେଶରେ । ଶ୍ରୀମନ୍ଦିର  ପ୍ରଶାସନର ପୂର୍ବ ନିଷ୍ପତି ଅନୁଯାୟୀ ବେଶ ସରିଲେ ସିଂଘାରୀ ସେବକମାନେ ଠାକୁରଙ୍କ ସମସ୍ତ ଆଭୁଷଣ ନେଇଯାନ୍ତି । କିନ୍ତୁ ଚଳିତ ବର୍ଷ ଭକ୍ତ ଠାକୁରଙ୍କ ବୀର ବେଶ ଦର୍ଶନ କରି ନଥିବାରୁ ସମସ୍ତ ସଂରଞ୍ଜାମ ଶ୍ରୀମନ୍ଦିର ସଂଗ୍ରହାଳୟରେ ସାଇତି ରଖିବା ପାଇଁ ବ୍ୟବସ୍ଥା ହୋଇଥିଲା । ବେଶ ଓହ୍ଲାଯାଇ ଶ୍ରୀମନ୍ଦିର ଗାରଦରେ ରଖାଯାଇଥିଲା । ଆଜି ସକାଳେ ଜଣେ କେହି ମହାପ୍ରଭୁଙ୍କ ଲାଗି ହୋଇଥିବା ଚନ୍ଦ୍ର-ସୂର୍ଯ୍ୟ ଧରି ଯାଉଥିବାର ଦେଖିବାକୁ ମିଳିଥିଲା । ଯଦି ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ସତ ହୁଏ, ତାହାଲେ ସାଂଘାତିକ ନିଶ୍ଚୟ । ଅଭିଯୁକ୍ତଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‘ବଡ଼ ଖବର’ ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ