Masthead

ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା

ପୁରୀ (ବଡ଼ ଖବର ବ୍ୟୁରୋ): ନିଶାସକ୍ତ ପୁଅର ନୃଶଂସକାଣ୍ଡ। ଗାଁ ଦାଣ୍ଡରେ ମା’କୁ କୋଦାଳରେ ହାଣି ହତ୍ୟା କଲା ପୁଅ। ଆଜି ସକାଳେ ପୁରୀ ପେଣ୍ଠକଟା ମେରାଇନ ଥାନା ଅଧୀନ ସମଙ୍ଗରା ଗ୍ରାମରେ ଘଟିଛି ଏଭଳି ଲୋମଟାଙ୍କୁରା ବିଭତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ପୁଅକୁ ପିଟିପିଟି ଲହୁଲୁହାଣ କଲେ ଗ୍ରାମବାସୀ। ଯୁବକକୁ ଉଦ୍ଧାର କରିବା ବେଳେ ୪ ପୁଲିସ ଆହତ। ଗୁରୁବାର ସକାଳ ପ୍ରାୟ ୭ଟା ବେଳେ ସମଙ୍ଗରା ଗ୍ରାମର କନକ ପ୍ରଧାନ ଗୋରୁଙ୍କୁ ଖାଇବାକୁ ଦେଉଥିଲେ। ଏହି ସମୟରେ ନିଶା ଖାଇବାକୁ ପୁଅ ବିକ୍ରମ ପ୍ରଧାନ ମା’କୁ ଟଙ୍କା ମାଗିଥିଲା।

ସବୁବେଳେ ନିଶାଗ୍ରସ୍ତ ଅବସ୍ଥାରେ ରହୁଥିବା କାରଣରୁ ପୁଅ ପାଇଁ ଚିନ୍ତିତ ଥିବା କନକ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲା ବିକ୍ରମ। ପାଖରେ ଥିବା ଏକ କୋଦାଳରେ ମା’ କନକଙ୍କ ମୁଣ୍ଡକୁ ମାରିଥିଲା ଚୋଟ। ଏଥିରେ କନକଙ୍କ ମୁଣ୍ଡ ଦୁଇ ଫାଳ ହୋଇଯାଇଥିଲା। ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ। ପ୍ରବଳ ରକ୍ତସ୍ରାବ ହେବା ସହ ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଗାଁ ଲୋକେ ଘେରିଯାଇ ବିକ୍ରମକୁ କାବୁ କରିଥିଲେ।

ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ତାକୁ ପିଟିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏସଆଇ, ଏଏସଆଇ, ହାବିଳଦାର ଗ୍ରାମବାସୀଙ୍କ କବଳରୁ ବିକ୍ରମକୁ ଉଦ୍ଧାର କରିବା ସମୟରେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହି ଚାରିଜଣ ମଧ୍ୟ ଆହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ବିକ୍ରମକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଆଇଆଇସିଙ୍କ ଚାର୍ଜରେ ଥିବା ଡିଏସପି ବବିତା ଦଳେଇ କହିଛନ୍ତି। ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଶବ ଜବତ କରିଛି। ପୂର୍ବରୁ ନିଶାଗ୍ରସ୍ତ ଅବସ୍ଥାରେ ମାରପିଟ କରିବା ଯୋଗୁଁ ବିକ୍ରମର ପତ୍ନୀ ତାଙ୍କର ୨ପୁଅ-ଝିଅଙ୍କୁ ନେଇ ବାପଘରକୁ ପଳାଇଥିଲେ। ବିକ୍ରମ ବାପା-ମାଆଙ୍କୁ ମାଡ଼ ମାରି ପୂର୍ବରୁ ଜେଲ ଯାଇଥିଲା ବୋଲି ପୁଲିସ କହିଛି। ଜାମିନରେ ଫେରିବା ପରେ ବି ତା’ ଆଚରଣରେ ସୁଧାର ଆସି ନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ