ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ପୁରୀ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ । ଇଞ୍ଜିନ ସହ ବଗି ଅଲଗା ହୋଇ ପଳାଇଲା ୫୦୦ ମିଟର । ପଶ୍ଚିମବଙ୍ଗ ନେକୁରସିନି ଷ୍ଟେସନରେ ଅଘଟଣ ଘଟିଛି । ଯାନ୍ତ୍ରିକ ତ୍ରୁଟି ପାଇଁ ଚଳନ୍ତା ଟ୍ରେନର କପ୍ ଲିଂଗ କାଟି ୩ ଟି ବଗି ଧରି ଆଗକୁ ପଳାଇଲା ଇଞ୍ଜିନ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଇଞ୍ଜିନକୁ ଛାଡି ୧୫ଟି ବଗି ରହିଗଲା ପଛରେ ।
ଖଡଗପୁର ଛାଡ଼ିବା ପରେ ରାତି ପ୍ରାୟ ଗୋଟାଏ ପାଖାପାଖି ଏଭଳି ଘଟଣା ଘଟିଥିବା ଜଣାପଡିଛି । ଯାତ୍ରୀ ମାନେ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଥିବା ବେଳେ ଅଫ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ୭ ଘଣ୍ଟା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି । ତେବେ ଏଭଳି ତ୍ରୁଟି କାହିଁକି ହେଲା ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହେଇଛି ।