Before Header

ମହାନଦୀରେ ଫଶିଲା ଡଙ୍ଗା, ଥିଲେ ୨୫ରୁ ଅଧିକ ଯାତ୍ରୀ

0 644

ପାରାଦୀପ (ବଡ଼ ଖବର ବ୍ୟୁରୋ): ମହାନଦୀରେ ଫଶିଲା ଡଙ୍ଗା । ମହାନଦୀରେ କେନ୍ଦ୍ରାପଡାରୁ ପାରାଦୀପ ଆସୁଥିବା ଏକ ଡଙ୍ଗା ମଝି ନଦୀରେ ପାଖାପାଖି ୨ ଘଣ୍ଟା ଫଶି ରହିଥିଲା। ଡଙ୍ଗାର ଇଞ୍ଜିନ ଖରାପ ହେବାରୁ ବିପଦ ଜନକ ଭାବେ ଫସି ରହିଥିଲେ ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ । ଡଙ୍ଗାରେ ୧୫ ରୁ ଉର୍ଦ୍ଧ୍ବ ବାଇକ ମଧ୍ୟ ଥିଲା। ଆବଶ୍ୟକତା ଠାରୁ ଅଧିକ ଲୋକ ଓ ବାଇକ ରହିଥିବାରୁ ଅନେକ ସମୟ ଧରି ଭୟରେ ସ୍ଥିର ହୋଇ ବସି ରହିଥିଲେ ଯାତ୍ରୀ । ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ତେବେ ଡଙ୍ଗାରେ କୌଣସି ଲାଇଫ ସପୋର୍ଟ ସାମଗ୍ରୀ ନଥିବା ବେଳେ ଡଙ୍ଗାର କାପାସିଟି ଠାରୁ ଅଧିକ ଲୋକ ରହିବା ଯୋଗୁଁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି।

 

Leave A Reply

Your email address will not be published.