Masthead

ଓଡ଼ିଶାରେ ହେବ ପୁଷ୍ପା-୨ର ସୁଟିଂ !

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ହୋଇପାରେ ବହୁ ଚର୍ଚ୍ଚିତ ପୁଷ୍ପା-୨ ର ସୁଟିଂ । ପୁଷ୍ପାର ଜବରଦସ୍ତ ସଫଳତା ପରେ ତିଆରି ହେବାକୁ ଯାଉଛି ଏହାର ସିକ୍ୱେଲ ପୁଷ୍ପା-୨ । ଅଭିନେତା ଆଲୁ ଅର୍ଜୁନ ୨ ଦିନ ତଳେ ଏହାର ପୋଷ୍ଟର ସେୟାର କରିବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି । ସମସ୍ତେ ଅପେକ୍ଷା କରିଛନ୍ତି ପୁଷ୍ପା-୨କୁ ଦେଖିବା ପାଇଁ । ଏହାରି ଭିତରେ ଓଡ଼ିଶାରେ ଥିବା ପୁଷ୍ପାର ଫ୍ୟାନ ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ପୁଷ୍ପା-୨ର ଅନେକ ଭାଗର ସୁଟିଂ ଓଡ଼ିଶାରେ ହୋଇପାରେ । ମାଲକାନାଗିରିର ଘଞ୍ଚ ଜଙ୍ଗଲରେ ଚନ୍ଦନ କାଠ ଚୋରିର ସିନ୍ ସୁଟିଂ ହୋଇପାରେ ।

ଫିଲ୍ମର ପ୍ରଡକ୍ସନ ଟିମ ଏଥିପାଇଁ ମାଲକାନଗିରିର ଜଙ୍ଗଲରେ ପହଞ୍ଚି ସୁଟିଂ ଭ୍ୟୁ ପରଖିଛନ୍ତି । ଏହି ଟିମରେ ମୈତ୍ରି ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦ୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍‌, ସହ ନିର୍ଦ୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମେନ ଦେବରାଜ ପ୍ରମୁଖ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲୋ ସାଇଟ ଭ୍ୟୁ ପରେ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଛନ୍ତି ପି. ଭେଙ୍କଟେଶ୍ୱର ରାଓ ।

ବଡ଼ ଖବରକୁ ଏକ୍ସକ୍ଲୁସିଭ ପ୍ରତିକ୍ରିୟା ଦେଇ ଫିଲ୍ମର ପ୍ରଡକ୍ସନ ମ୍ୟାନେଜର ପି. ଭେଙ୍କଟେଶ୍ୱର ରାଓ କହିଛନ୍ତି ଆମେ କିଛି ଆକ୍ସନ ସିନ୍ ସୁଟିଂ କରିବା ପାଇଁ ବିଭିନ୍ନ ସ୍ଥାନ ବୁଲି ଦେଖିଛୁ । ହନ୍ତାଳଗୁଡ଼ା, ସାର୍କୁବନ୍ଧ ଝୁଲାପୋଲ ସହ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିଛନ୍ତି ଟିମ୍ । ସେଟକୁ ଆଲୁ ଅର୍ଜୁନଙ୍କ ଆସିବା ନେଇ କୌଣସି ସ୍ଥିର କରାଯାଇନଥିବା କହିଛନ୍ତି ପି. ଭେଙ୍କଟେଶ୍ୱର ରାଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ