Before Header

‘ଲୋକ’ଙ୍କ ଚ୍ୟାନେଲର ପ୍ରଶ୍ନ, ଉତ୍ତର ନିଶ୍ଚୟ ଦେବେ

0 96

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଆଜି ସାମାଜିକ ଗଣମାଧ୍ୟମରେ ବଡ଼ ଖବରର ମୁଖ୍ୟ ସମ୍ପାଦକ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ସେ ଲେଖିଛନ୍ତି, ଆମେ ଏମିତି ଏକ ସମୟରେ ଅଛୁ, ଯେତେବେଳେ ଗଣମାଧ୍ୟମର ପବିତ୍ରତା ଉପରେ ପ୍ରଶ୍ନ ଉଠୁଛି । ମିଡିଆର ଭୂମିକା ସନ୍ଦେହ ଘେରରେ । ଏହା ସ୍ବୀକାର କରିବାକୁ ହେବ, ଦର୍ଶକଙ୍କ ଏହି ସନ୍ଦେହ ଅମୂଳକ ନୁହେଁ । କାହିଁକି ନା ଅଧିକାଂଶ ମିଡିଆ କେଉଁ ନା କେଉଁ ରାଜନେତା ନ ହେଲେ ପୁଞ୍ଜିପତିଙ୍କ ମାଲିକାନାରେ । ସାମ୍ବାଦିକ ପାଖେ ନିରପେକ୍ଷତାର ସହ ଖବର କରିବାର ସୁଯୋଗ ନାହିଁ । ସାଧାରଣ ଲୋକଙ୍କ ପାଇଁ କହିବାର ସାହସ ନାହିଁ । ଆପଣଙ୍କ ଚ୍ୟାନେଲ ଆପଣଙ୍କ ଚ୍ୟାନେଲ କହି କହି କିଏ ଏପଟର କିଏ ସେପଟର ଗୁଣଗାନ କରୁଛି । ଚ୍ୟାନେଲ ଗୁଡ଼ିକ ରାଜନେତାଙ୍କ ପ୍ରବକ୍ତା ଭଳି ବ୍ୟବହାର କରୁଛନ୍ତି । ଏଭଳି ଏକ ଘଡ଼ିସନ୍ଧି ସମୟରେ ବଡ଼ ଖବରର ନିର୍ମାଣ କରାଗଲା, ଗୋଟିଏ ଲକ୍ଷ୍ୟ, ଗୋଟିଏ ଉଦ୍ଦେଶ୍ୟ, ଗଣମାଧ୍ୟମର ଏହି ଖରାପ ଛବିକୁ ବଦଳାଇବାକୁ ହେବ । କୌଣସି ରାଜନେତା କି ପୁଞ୍ଜିପତିଙ୍କ ଗୋଡ଼ାଣିଆ ହେବାର ନାହିଁ ।

https://m.facebook.com/story.php?story_fbid=10158405318184335&id=587359334&sfnsn=wiwspmo 

ଆମେ ଜାଣିଛୁ, ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ଖୁବ୍ କଷ୍ଟ ସହିବାକୁ ହେବ । କିନ୍ତୁ ଯେତେ ଦୁଃଖ, କଷ୍ଟ ଆସୁ ପଛେ ଓଡ଼ିଶାର ଲୋକଙ୍କ ପାଇଁ ବିନା ଚାପରେ ଯଦି ଦୁଇ ପଦ କହିପାରିଲୁ ତାହାଠାରୁ ଆଉ ବଡ଼ ସୁଖ କ’ଣ ହୋଇପାରେ? ଆମ ପାଖେ ଟଙ୍କା ନ ଥାଇପାରେ, ବଡ଼ ଷ୍ଟୁଡିଓ, ଅନେକ ଲୋକଙ୍କୁ ଦରମା ଦେଇ ରଖିବାର କ୍ଷମତା ନ ଥାଇ ପାରେ, କିନ୍ତୁ ଯେତିକି ସାଧନ ଅଛି ସେତିକିରେ ରାଜ୍ୟବାସୀଙ୍କ ପାଇଁ ଲଢେଇ କରିବାର ଦମ୍ଭ ତ ରହିବ । ସେହି ଚେଷ୍ଟାରେ ଅଛୁ । ସ୍ୱାଭିମାନର ସହ ସାମ୍ବାଦିକତା କରୁଛୁ, ଚତୁର୍ଥ ସ୍ତମ୍ଭକୁ ରାଜନେତାଙ୍କ କବଳରୁ ମୁକ୍ତ କରିବାର ପ୍ରୟାସ ଜାରି ରଖିଛୁ, ବାସ୍ ଆପଣଙ୍କ ସହଯୋଗ ଦରକାର ହେଉଛି । ମିଡିଆର ପକ୍ଷପାତିତାକୁ ନେଇ କେହି କେବେ ବି ଖୁସି ନ ଥିବେ । ଚାପଗ୍ରସ୍ତ ମିଡିଆ ଗଣତନ୍ତ୍ର ପାଇଁ ବିପଦ । ଆମେ ସମସ୍ତେ ଏକଥା ଜାଣିଛୁ । ତାହେଲେ ଆମେ କ’ଣ ରାଜ୍ୟର ଏକମାତ୍ର ନିରପେକ୍ଷ ଟିଭି ଚ୍ୟାନେଲ ‘ବଡ଼ ଖବର’କୁ ଦୀର୍ଘଜୀବୀ କରି ପାରିବା ନାହିଁ? ସବୁକିଛି ଆପଣମାନଙ୍କ ଭଲ ପାଇବା ଓ ସହଯୋଗ ଉପରେ ନିର୍ଭର କରେ । ସୁସ୍ଥ ସମାଜ ପାଇଁ ‘ବଡ଼ ଖବର’ର ସଙ୍ଘର୍ଷରେ ସାଥୀ ହୁଅନ୍ତୁ ।

‘ବଡ଼ ଖବର’ କେବଳ ଏକ ଚ୍ୟାନେଲ ନୁହେଁ, ଏହା ଖରାପ ସାମ୍ବାଦିକତା ବିରୋଧରେ ଏକ ବିପ୍ଳବ । ଯଦି ‘ବଡ଼ ଖବର’ ସଫଳ ହୁଏ ତାହା କେବଳ ଓ କେବଳ ଆପଣଙ୍କ ହିଁ ସଫଳତା ହେବ । ଦର୍ଶକଭାବେ ନିଜର ଶକ୍ତି ଦେଖାନ୍ତୁ, ନୈତିକ ଦାୟିତ୍ୱ ନିର୍ବାହ କରନ୍ତୁ । ତମାମ ରାଜନେତା ଓ ପୁଞ୍ଜିପତିଙ୍କ ଚ୍ୟାନେଲ ବନାମ ‘ଲୋକ’ଙ୍କ ଚ୍ୟାନେଲରେ ଆପଣ କାହାର ପକ୍ଷଭୁକ୍ତ ହେବେ? ନିଷ୍ପତ୍ତି ନିଅନ୍ତୁ । ଧନ୍ୟବାଦର ସହ ଅର୍ଦ୍ଧେନ୍ଦୁ ଦାସ

Leave A Reply

Your email address will not be published.