Masthead

ବୈଜ୍ଞାନିକ ପାଇଲେ ଦ୍ୱିତୀୟ ପୃଥିବୀର ସନ୍ଧାନ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୀର୍ଘ ବର୍ଷ ଧରି ଭିନ୍ନ ଏକ ପୃଥିବୀ ଖୋଜୁଛନ୍ତି ବିଶ୍ୱର ବଛା ବଛା ବୈଜ୍ଞାନିକ । ଏବେ ମିଳିଯାଇଛି ଦ୍ୱିତୀୟ ପୃଥିବୀ । ସମ୍ଭାବ୍ୟ ବାସ ଉପଯୋଗୀ ଗ୍ରହର ଆବିଷ୍କାରକୁ ନେଇ ବେଶ ଉତ୍ସାହିତ ବୈଜ୍ଞାନିକମାନେ । ଏହି ବୈଜ୍ଞାନିକମାନେ ପୃଥିବୀ ଭଳି ଏକ ଗ୍ରହ ଚିହ୍ନଟ କରିଛନ୍ତି । ପୃଥିବୀ ଠାରୁ ୧୨ ଆଲୋକ ବର୍ଷ ଦୂରରେ ଥିବା ଏକ ନକ୍ଷତ୍ର ଚାରିପାଖରେ ଏହି ଗ୍ରହ ପରିକ୍ରମା କରୁଛି । ଏହି ଗ୍ରହଠାରୁ ଆସୁଥିବା ରେଡିଓ ତରଙ୍ଗକୁ ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି । ପୃଥିବୀ ଆକୃତିର ଏହି ଗ୍ରହର ଚୁମ୍ବକୀୟ କ୍ଷେତ୍ର, ଏପରିକି ବାୟୁମଣ୍ଡଳ ଥାଇପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ।

ଜୀବଜଗତ ବଞ୍ଚିବା ପାଇଁ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ବାୟୁମଣ୍ଡଳକୁ ସୁରକ୍ଷା ଦିଏ । ସୂର୍ଯ୍ୟରୁ ଆସୁଥିବା ଶକ୍ତିଶାଳୀ କଣିକା ଓ ପ୍ଲାଜମାକୁ ଚୁମ୍ବକୀୟ କ୍ଷେତ୍ର ଫେରାଇବେ । ଆମ ସୌରମଣ୍ଡଳ ବାହାରେ ଥିବା ଗ୍ରହ ଗୁଡିକରେ ଏହି ବାୟୁମଣ୍ଡଳ ଖୋଜିବା ଅର୍ଥ ଅନ୍ୟ ବିଶ୍ୱରେ ଜୀବଜଗତକୁ ସମର୍ଥନ କରୁଥିବା କ୍ଷମତାର ଅନ୍ୱେଷଣ । ୱାଇଜେଡ ସେଟ୍ଟି ନାମକ ନକ୍ଷତ୍ରରୁ ଏବଂ ଏହାକୁ ପରିକ୍ରମା କରୁଥିବା ପଥୁରିଆ ଗ୍ରହରୁ ଶକ୍ତିଶାଳୀ ରେଡିଓ ତରଙ୍ଗ ଆସୁଥିବା ବୈଜ୍ଞାନିକମାନେ ଲକ୍ଷ କରିଛନ୍ତି । ଏହି ଗ୍ରହର ଚୁମ୍ବକୀୟ କ୍ଷେତ୍ର ଓ ତାର ନକ୍ଷତ୍ର ମଧ୍ୟରେ ପାରସ୍ପରିକ କ୍ରିୟା ଦ୍ୱାରା ରେଡିଓ ସଙ୍କେତ ସୃଷ୍ଟି ହେଉଛି ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ