Masthead

ରାହାଣେଙ୍କୁ ନେଇ ଏମିତି କହିଲେ ବିରାଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଙ୍କେ ରାହାନେ ଭାରତୀୟ ଦଳର ଅଧିନାୟକତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କ ବିଷୟରେ ମୁହଁ ଖୋଲିଛନ୍ତି ଅଧିନାୟକ ବିରାଟ କୋହଲି । ବିରାଟ କୋହଲି ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟରେ ବିରାଟ କୋହଲି ଅଧିନାୟକତ୍ୱ କରିବେ । ଏହା ପରେ ହେବାକୁ ଥିବା ୩ଟି ଟେଷ୍ଟରେ ଆଜିଙ୍କେ ରାହାନେ ଅଧିନାୟକତ୍ୱ କରିବେ । ବିରାଟଙ୍କ ଅନୁପସ୍ଥିତିରେ ରାହାନେ ଦଳର ନେତୃତ୍ୱ ନେବେ । ଅଧିନାୟକତ୍ୱ ପଦ ଗ୍ରହଣ କରିବା ପୂର୍ବରୁ ବିରାଟ ରାହାନେଙ୍କ ଆତ୍ମବିଶ୍ୱାସ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି । ରାହାନେ ପୂର୍ବରୁ ଦୁଇଟି ଟେଷ୍ଟରେ ଭାରତର ନେତୃତ୍ୱ ନେଇଛନ୍ତି ।

ସେ ୨୦୧୭ରେ ଅଷ୍ଟ୍ରେଲିଆ ଓ ୨୦୧୮ରେ ଆଫଗାନିସ୍ଥାନ ବିପକ୍ଷରେ ନେତୃତ୍ୱ ନେଇଥିଲେ । ଉଭୟ ମ୍ୟାଚକୁ ଜିତିଥିଲେ ରାହାନେ । କୋହଲ ଆଜିଙ୍କେ ରାହାନେଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି । ପ୍ରଥମ ଟେଷ୍ଟ ପୂର୍ବରୁ ଏକ ପ୍ରି-ମ୍ୟାଚ ପ୍ରେସ୍ କନଫରମେନ୍ସ ରାହାନେଙ୍କ ବିଷୟରେ ଅଧିକ କହିଥିଲେ । ସେ କହିଥିଲେ କି ସର୍ବ ପ୍ରଥମେ ରାହାନେ ଓ ମୁଁ ବର୍ଷ ବର୍ଷ ଧରି ଆମ ଭିତରେ ବୁଝାମଣା ଭଲ ରହିଛି । ରାହାନେ ଦୁଇଟି ଅଭ୍ୟାସ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କାର୍ଯ୍ୟ କରିଛନ୍ତି । ସେ ଆମ ଦଳର ଶକ୍ତି ଜାଣନ୍ତି । କୋହଲି କହିଛନ୍ତି କି ଆମେ କିପରି ମ୍ୟାଚରେ ଯିବାକୁ ଚାହୁଁଛୁ ତାହା ଆମେ ଜାଣିଛୁ ଓ ମୋ ଅନୁପସ୍ଥିତିରେ ରାହାନେ ଏକ ଜବରଦସ୍ତ କାର୍ଯ୍ୟ କରିବେ ବୋଲି କୋହଲି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ