Masthead

ଜବାବ ଦେବା ପାଇଁ ସମୟ ମାଗିଲେ ରାହୁଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଘରେ ଗତକାଲି ଦିଲ୍ଲୀ ପୋଲିସ କରିଥିଲା ହାଇଡ଼୍ରାମା । କଶ୍ମୀରରେ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲଙ୍କ ସହ ତାଙ୍କ ବିବୃତ୍ତି ନେଇ ଦିଲ୍ଲୀ ପୋଲିସ କଥା ହେବାକୁ ଚାହୁଁଥିଲା। ମାର୍ଚ୍ଚ ୧୬ରେ, ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କୁ ଏନେଇ ନୋଟିସ ମଧ୍ୟ ଜାରି କରିଥିଲା । ଆଉ ଏହି ହାଇଡ଼୍ରମା ପରେ ଦିଲ୍ଲୀ ପୁଲିସ ନୋଟିସର ଜବାବ ରଖିଛନ୍ତି ରାହୁଲ ଗାନ୍ଧୀ । ଇ-ମେଲ ଜରିଆରେ ଉତ୍ତର ରଖିଛନ୍ତି ରାହୁଲ । ମେଲରେ ରାହୁଲ ଗାନ୍ଧୀ ଲେଖିଛନ୍ତି, ସେ ଜାନୁଆରୀ ୩୦ରେ ଯାହା କହିଥିଲେ, ୪୫ ଦିନ ପରେ ଏହାର ଜବାବ ଏବେ ପୁଲିସ ମାଗୁଛି ।

ଜବାବ ଦେବା ପାଇଁ ତାଙ୍କୁ ୮ରୁ ୧୦ଦିନ ସମୟ ଦିଆଯାଉ । ଅନ୍ୟପକ୍ଷରେ ମେଲ ପାଇବା ପରେ, ଦିଲ୍ଲୀ ପୁଲିସ କହିଛି, ରାହୁଲ ଗାନ୍ଧୀଙ୍କଠାରୁ ପ୍ରାଥମିକ ଉତ୍ତର ମିଳିଛି । କିନ୍ତୁ ସେ କୌଣସି ସୂଚନା ସେୟାର କରି ନାହାନ୍ତି । ଯାହା ତଦନ୍ତକୁ ଆଗକୁ ବଢ଼ାଇବ । ଶ୍ରୀନଗରରେ ଭାରତ ଯୋଡୋ ଯାତ୍ରା ଭାଷଣରେ ଯୌନ ଉତ୍ପୀଡନର ଶିକାର ହୋଇଥିବା ପୀଡିତାମାନେ ତାଙ୍କୁ ଭେଟି ଦୁଃଖ ଜଣାଇଥିଲେ ବୋଲି କହିଥିଲେ ରାହୁଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର