Masthead

ଜବାବ ଦେବା ପାଇଁ ସମୟ ମାଗିଲେ ରାହୁଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଘରେ ଗତକାଲି ଦିଲ୍ଲୀ ପୋଲିସ କରିଥିଲା ହାଇଡ଼୍ରାମା । କଶ୍ମୀରରେ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲଙ୍କ ସହ ତାଙ୍କ ବିବୃତ୍ତି ନେଇ ଦିଲ୍ଲୀ ପୋଲିସ କଥା ହେବାକୁ ଚାହୁଁଥିଲା। ମାର୍ଚ୍ଚ ୧୬ରେ, ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କୁ ଏନେଇ ନୋଟିସ ମଧ୍ୟ ଜାରି କରିଥିଲା । ଆଉ ଏହି ହାଇଡ଼୍ରମା ପରେ ଦିଲ୍ଲୀ ପୁଲିସ ନୋଟିସର ଜବାବ ରଖିଛନ୍ତି ରାହୁଲ ଗାନ୍ଧୀ । ଇ-ମେଲ ଜରିଆରେ ଉତ୍ତର ରଖିଛନ୍ତି ରାହୁଲ । ମେଲରେ ରାହୁଲ ଗାନ୍ଧୀ ଲେଖିଛନ୍ତି, ସେ ଜାନୁଆରୀ ୩୦ରେ ଯାହା କହିଥିଲେ, ୪୫ ଦିନ ପରେ ଏହାର ଜବାବ ଏବେ ପୁଲିସ ମାଗୁଛି ।

ଜବାବ ଦେବା ପାଇଁ ତାଙ୍କୁ ୮ରୁ ୧୦ଦିନ ସମୟ ଦିଆଯାଉ । ଅନ୍ୟପକ୍ଷରେ ମେଲ ପାଇବା ପରେ, ଦିଲ୍ଲୀ ପୁଲିସ କହିଛି, ରାହୁଲ ଗାନ୍ଧୀଙ୍କଠାରୁ ପ୍ରାଥମିକ ଉତ୍ତର ମିଳିଛି । କିନ୍ତୁ ସେ କୌଣସି ସୂଚନା ସେୟାର କରି ନାହାନ୍ତି । ଯାହା ତଦନ୍ତକୁ ଆଗକୁ ବଢ଼ାଇବ । ଶ୍ରୀନଗରରେ ଭାରତ ଯୋଡୋ ଯାତ୍ରା ଭାଷଣରେ ଯୌନ ଉତ୍ପୀଡନର ଶିକାର ହୋଇଥିବା ପୀଡିତାମାନେ ତାଙ୍କୁ ଭେଟି ଦୁଃଖ ଜଣାଇଥିଲେ ବୋଲି କହିଥିଲେ ରାହୁଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି