Masthead

ସିଦ୍ଧୁଙ୍କୁ ଭେଟିବାକୁ ମନା କଲେ ରାହୁଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଞ୍ଜାବ କଂଗ୍ରେସ କଳି ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ସିଦ୍ଧୁଙ୍କ ମଧ୍ୟରେ ଏକ ବୈଠକ ହେବାର ଥିଲା । କିନ୍ତୁ ହଠାତ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ, ସିଦ୍ଦୁଙ୍କ ସହ ବୈଠକ ନେଇ ତାଙ୍କର କୌଣସି ସମୟ ଧାର୍ଯ୍ୟ ହୋଇନି । ତେବେ ସୋମବାର ସୂଚନା ମିଳିଥିଲା ଯେ, ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ ବୈଠକ ପାଇଁ ସିଦ୍ଧୁ ଦିଲ୍ଲୀରେ ପହଞ୍ଚିଛନ୍ତି । ପଞ୍ଜାବ କଂଗ୍ରେସ ମଧ୍ୟରେ ଚାଲିଥିବା ତିକ୍ତତାକୁ ନେଇ ଏହି ବୈଠକରେ ଆଲୋଚନା ହେବାର ଥିଲା । ଏହାଛଡ଼ା କ୍ୟାପଟେନ ଅମରିନ୍ଦର ସିଂ ଓ ତାଙ୍କ ମଧ୍ୟରେ ଥିବା ବିବାଦ ବିଷୟରେ ରାହୁଲ ଓ ପ୍ରିୟଙ୍କାଙ୍କୁ ଜଣାଇଥାନ୍ତେ ସିଦ୍ଦୁ ।

ସେହିପରି ଦଳର କେଉଁ ପଦ ଚାହୁଁଛନ୍ତି ତାହା ମଧ୍ୟ ଜଣାଇଥାନ୍ତେ । କିନ୍ତୁ ରାହୁଲ ଗାନ୍ଧି ତାଙ୍କୁ ଭେଟିବାକୁ ମନା କରିଦେଇଥିବାରୁ ଆଗକୁ କଂଗ୍ରେସ କଳି ଆହୁରି ତୀବ୍ର ହେବା ନେଇ ଆଶଙ୍କା ଦେଖାଦେଇଛି । ପଞ୍ଜାବରେ ସୃଷ୍ଟି ହୋଇଥିବା ଅମରିନ୍ଦର ଓ ସିଦ୍ଧୁଙ୍କ କଳି ବେଶ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି। ଏହାର ସମାଧାନ ପାଇଁ କଂଗ୍ରେସ ୩ ଜଣ ବରିଷ୍ଠ ନେତାଙ୍କୁ ନେଇ କମିଟି ଗଠନ କରିଥିଲା। ସିଦ୍ଧୁ ଓ ଅମରିନ୍ଦର ପୃଥକ ପୃଥକ ଭାବେ ଏହି କମିଟିକୁ ଭେଟିଥିଲେ। ଏପରି କି ବିବାଦର ସମାଧାନ ପାଇଁ କମିଟି ସିଦ୍ଧୁଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଯାଚିଥିବା କୁହାଯାଉଥିଲା। ଏହା ସତ୍ତ୍ୱେ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିନଥିଲା। ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିବା ପରେ ହୁଏତ ସିଦ୍ଧୁଙ୍କ ମନ ଶାନ୍ତ ହୋଇଥାଆନ୍ତା।

ହେଲେ ଏବେ ଏହା ମଧ୍ୟ ସମ୍ଭବ ହୋଇପାରିନି। ଅନ୍ୟପକ୍ଷରେ ପଞ୍ଜାବରେ ଦିଲ୍ଲୀରେ କ୍ଷମତାସୀନ ଆପ୍ ଏବେଠାରୁ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭୋଟରଙ୍କୁ ଆକୃଷ୍ଟ କରିବାକୁ ମାଗଣା ବିଜୁଳି ଯୋଜନା ମଧ୍ୟ ଘୋଷଣା କରିଛନ୍ତି। ଆପ୍‌ କ୍ଷମତାକୁ ଆସିଲେ ସମସ୍ତଙ୍କୁ ୩୦୦ ୟୁନିଟି ଯାଏ ମାଗଣାରେ ବିଜୁଳି ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏପରି ସ୍ଥିତିରେ କ୍ଷମତାସୀନ କଂଗ୍ରେସରେ କଳି ରାଜନୀତିକ ବିଶେଷଜ୍ଞଙ୍କୁ ଚକିତ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ