Masthead

ସହିଦ ସୀତାରାମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମିଳିଲା ନିଖୋଜ ସୀତାରାମ ମୁର୍ମୂଙ୍କର ମୃତ ଦେହ । ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଶେଷରେ ନିଖୋଜ ଓଡ୍ରାଫ ଯବାନଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ଚୌଦାର ଥାନା କଖଡ଼ି ମାହଳାପଡ଼ା ଘାଟ ନିକଟରୁ ମିଳିଛି ଯବାନଙ୍କ ମୃତ ଦେହ । ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ଗଜରାଜ । ଏହି ଅପରେସନ ସମୟରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲାବେଳେ ଜଣେ ଓଡ୍ରାଫ ଯବାନ ନିଖୋଜ ଥିବାର କଥା ସାମ୍ନାକୁ ଆସିଥିଲା ।

ଏନେଇ ୩ଟି ଓଡ୍ରାଫ ଟିମ ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ଦୁଇଜଣ ଗାଁ ଲୋକ ସୀତାରାମଙ୍କର ମୃତ ଦେହକୁ ଉଦ୍ଧାର କରିଥିବାର ସୂଚନା ମିଳିଛି । ପ୍ରଥମେ ନରାଜ ନିକଟରୁ ଏକ ମୃତ ଦେହ ଉଦ୍ଧାର କରାଯାଇଥିଲା । ତାହା ଓଡ୍ରାଫ ଯବାନଙ୍କର ବୋଲି ସନ୍ଦେହ କରାଯାଉଥିଲା । ପରେ ତାହା ତାଙ୍କର ମୃତଦେହ ନୁହେଁ ବୋଲି ଏସଆରସି ସ୍ପଷ୍ଟ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ