Masthead

ବିଚାରଧାରାର ଲଢ଼େଇ ଜାରି ରହିବ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କଂଗ୍ରେସର ପୂର୍ବତନ ସଭାପତି ତଥା ଓ୍ୱାଇନାଡ଼ ସାଂସଦ ରାହୁଲ ଗାନ୍ଧି ନିଜ ସୋସିଆଲ ମିଡିଆ ସାଇଟ ‘ଏକ୍ସ’ରେ ଲେଖିଛନ୍ତି “ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ଜନାଦେଶକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ – ବିଚାରଧାରାର ଏ ଲଢ଼େଇ ଜାରି ରହିବ। ମୁଁ ତେଲେଙ୍ଗାନାର ଲୋକଙ୍କ ପାଖରେ ବହୁତ କୃତଜ୍ଞ – ଆମେ ନିଶ୍ଚିତ ଭାବେ ବିକଶିତ ତେଲେଙ୍ଗାନା କରିବାର ପ୍ରତିଶୃତି ପୂରଣ କରିବୁ। ସମସ୍ତ କଂଗ୍ରେସକର୍ମୀଙ୍କୁ ସେମାନଙ୍କର ପରିଶ୍ରମ ଏବଂ ସମର୍ଥନ ପାଇଁ ହୃଦୟରୁ ଧନ୍ୟବାଦ।”

https://x.com/RahulGandhi/status/1731278267880186211?s=20

ଆଜି ଚାରିଟି ରାଜ୍ୟର ଫଳାଫଳ ବିଜେପି ସପକ୍ଷରେ ଯାଇଛି । ରାଜସ୍ଥାନ , ଛତିଶଗଡ଼ରେ କଂଗ୍ରେସ କ୍ଷମତା ବାହାରେ ରହିଥିବାବେଳେ, ମଧ୍ୟପ୍ରଦେଶରେ ଜନତା ପୁଣି ଥରେ ବିଜେପିକୁ ସୁଯୋଗ ଦେଇଛନ୍ତି। ଏଥି ସହିତ ତେଲେଙ୍ଗାନାରେ କଂଗ୍ରେସ ଏକ ବମ୍ପର ବିଜୟ ହୋଇଛି। ତେବେ ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ନିଜର ଅଭିମତ ରଖି ଲେଖିଛନ୍ତି “ତେଲେଙ୍ଗାନାର ଲୋକମାନେ ଇତିହାସ ସୃଷ୍ଟି କରିଛନ୍ତି ଏବଂ କଂଗ୍ରେସ ପାର୍ଟି ସପକ୍ଷରେ ଜନାଦେଶ ଦେଇଛନ୍ତି।

https://x.com/priyankagandhi/status/1731278601805320698?s=20

ଏହା ହେଉଛି ତେଲେଙ୍ଗାନାର ଲୋକଙ୍କ ବିଜୟ। ଏହା ହେଉଛି ରାଜ୍ୟବାସୀ ଏବଂ କଂଗ୍ରେସ ଦଳର ପ୍ରତ୍ୟେକ କର୍ମୀଙ୍କ ବିଜୟ।“ ସେ ଆହୁରି ମଧ୍ୟ କହିଛନ୍ତି କି “ତେଲେଙ୍ଗାନାର ଲୋକଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛନ୍ତି। କଂଗ୍ରେସ ଦଳ ତେଲେଙ୍ଗାନାରେ ଶାନ୍ତି, ସମୃଦ୍ଧତା ଏବଂ ପ୍ରଗତି ପାଇଁ ପ୍ରତିବଦ୍ଧ। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡର ଲୋକମାନେ କଂଗ୍ରେସ ଦଳକୁ ବିରୋଧର ଭୂମିକା ଦେଇଛନ୍ତି। ଜନସାଧାରଣଙ୍କ ନିଷ୍ପତ୍ତି ସ୍ବିକାର କରୁଛୁ ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା