କରାଚି ପୋଲିସ ମୁଖ୍ୟାଳୟରେ ଆତଙ୍କୀ ହାମଲା

୫ ଆତଙ୍କୀ ସହ ୪ ପୋଲିସ କର୍ମୀଙ୍କ ମୃତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୋଲିସ ମୁଖ୍ୟାଳୟରେ ଆତଙ୍କୀ ହାମଲା । ୫ ଆତଙ୍କୀ ସହ ୪ ପୋଲିସ କର୍ମୀଙ୍କ ମୃତ୍ୟୁ । ପାକିସ୍ତାନର କରାଚିରେ ଥିବା ପୋଲିସ ମୁଖ୍ୟାଳୟରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣ । ଅର୍ଦ୍ଧସାମରିକ ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିୟମ ହୋଇଛି । ଏହି ଗୁଳି ବିନିମୟରେ ୫ ଆତଙ୍କବାଦୀ, ରେଞ୍ଜର ଓ ପୋଲିସ୍ କର୍ମଚାରୀ ସମେତ ୪ଜଣ ପ୍ରାଣ ହରାଇଛନ୍ତି । ଏଥିରେ ୧୮ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ଶୁକ୍ରବାର ସନ୍ଧ୍ୟାରେ ଶରାହ-ଏ-ଫେସଲ ଅଂଚଳରେ ଏହି ଆକ୍ରମଣ ହୋଇଥିଲ ।

ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆତଙ୍କୀଙ୍କ ପାଖରେ ହ୍ୟାଣ୍ଡ ଗ୍ରେନେଡ ଏବଂ ଅଟୋମେଟିକ୍ ଗନ୍ ମଧ୍ୟ ଥିଲା । ଖବର ପାଇ ପାକିସ୍ତାନ ରେଞ୍ଜର୍ସ ଓ ପୋଲିସ ବାହିନୀ ମୁଖ୍ୟାଳୟର ଚାରିପଟକୁ ଘେରି ନେଇଥିଲେ । ତେବେ ରାତି ପ୍ରାୟ ୧୧ଟା ସୁଦ୍ଧା ଏହି ଅପରେସନ୍ ଶେଷ ହୋଇଥିଲା । ସୂଚନା ଅନୁସାରେ, ଆତଙ୍କବାଦୀମାନେ ପୋଲିସ ପୋଷାକ ପିନ୍ଧି ପ୍ରବେଶ କରିଥିଲେ । ଏହି ଆକ୍ରମଣ ପାଇଁ ପାକିସ୍ତାନରେ ଥିବା ତାଲିବାନୀ ଆତଙ୍କୀ ସଙ୍ଗଠନ ତେହରିକ୍-ଏ-ତାଲିବାନ ପାକିସ୍ତାନ ବା ଟିଟିପି ନିଜକୁ ଦାୟୀ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!