Masthead

ରାହୁଲ ସଂସଦରେ ରହିବା ପାଇଁ ଯୋଗ୍ୟ ନୁହନ୍ତି: ଅନିଲ ଆଣ୍ଟୋନି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦ୍ୱିତୀୟ ଦିନରେ ସଂସଦରେ ହୋଇଥିଲା ହଙ୍ଗାମା । କାର୍ଯ୍ୟର ପ୍ରଥମାର୍ଦ୍ଧରେ କଂଗ୍ରେସ ପକ୍ଷରୁ ଅଭିଭାଷଣ ରଖିଥିଲେ ରହୁଲ ଗାନ୍ଧି । ରାହୁଲ ଗାନ୍ଧିଙ୍କ ଫ୍ଲାଇଙ୍ଗକିସ୍କୁ ନେଇ ଆରମ୍ଭ ହୋଇଥିଲା ଡ୍ରାମା । ନାଁ ନ ନେଇ ରାହୁଲଙ୍କୁ ନିଶାଣା ସାଧିଲେ ସ୍ମୃତି ଇରାନୀ । ଯାହାକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ଏହି ବିବାଦକୁ ନେଇ ବିଜେପି ରାଷ୍ଟ୍ରୀୟ ସଚିବ ଅନିଲ ଆଣ୍ଟୋନି କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଥମେ ତାଙ୍କ ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ୍ । ପୁଣି ଥରେ ସଂସଦରେ ତାଙ୍କର ପ୍ରକୃତ ଚରିତ୍ର ରାହୁଲ ଦେଖାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରାହୁଲ ଗାନ୍ଧି ବାରମ୍ବାର ଲୋକମାନଙ୍କୁ ନିଜର ବ୍ୟବହାର ଏମିତି ଦେଖାଉଛନ୍ତି କି ଯେମିତି ସେ ସଂସଦରେ ରହିବା ପାଇଁ ଯୋଗ୍ୟ ନୁହନ୍ତି ।

ଗତକାଲି ସଂସଦରେ ସେ ପୁଣି ଥରେ ନିଜର ପ୍ରକୃତ ଚରିତ୍ର ପ୍ରଦର୍ଶନ କରିଥିଲେ। ସର୍ବପ୍ରଥମେ, ସେ ତାଙ୍କ ଆଚରଣ ପାଇଁ କ୍ଷମା ମାଗିବା ଉଚିତ୍ । ଲୋକସଭାର ସଦସ୍ୟତା ଫେରି ପାଇବା ପରେ ରାହୁଲ ଗାନ୍ଧି ବୁଧବାର ତାଙ୍କ ବିବୃତି ରଖିଥିଲେ । ସେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଥିଲେ । ତେଣୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ପଛଘୁଞ୍ଚା ଦେଇ ନଥିଲେ । ସ୍ମୃତି ଗୁରୁତର ଅଭିଯୋଗ କରିଛନ୍ତି ଯେ ରାହୁଲ ସଂସଦରେ ଫ୍ଲାଇଙ୍ଗ କିସ୍ ଦେଇଛନ୍ତି। ଏହା ପରେ ବିଜେପିର ଅନେକ ମହିଳା ସାଂସଦ ମଧ୍ୟ ରାହୁଲ ଗାନ୍ଧିଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି