Before Header

ଋଷିକୁଲ୍ୟା ଜିଲ୍ଲା ଦାବିରେ ୧୨ ଘଣ୍ଟା ଆସିକା ବନ୍ଦ

0 99

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ଋଷିକୂଲ୍ୟା ଜିଲ୍ଲା ଦାବିରେ ଆଜି ଆସିକା ବନ୍ଦ ହୋଇଛି । ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ଜାରି ରହିବ । ଗଞ୍ଜାମ ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

୮ଟି ବ୍ଲକର ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ନେଇ ନୂଆ ଜିଲ୍ଲା ଗଠନ କରିବାକୁ ଦାବି ହୋଇଛି । ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନବଜାର, କୋର୍ଟ, ବ୍ୟାଙ୍କ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ୧୯୯୩ ମସିହାରୁ ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ ଆଣି ବନ୍ଦ ପାଳନ କରାଯାଉଛି ।

Leave A Reply

Your email address will not be published.