Masthead

ପ୍ରଧାନମନ୍ତ୍ରୀଙ୍କୁ ନତମସ୍ତକ, ଆଉ ମୋ ବେଳେ…

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୋମବାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଓ ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କ ମଧ୍ୟରେ ସଂସଦରେ କଥା କଟାକଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ବେଳେ ବାଚସ୍ପତି କାହିଁକି ସବୁବେଳେ ନତମସ୍ତକ ହୋଇଯାଉଛନ୍ତି ବୋଲି ରାହୁଲ ଗୃହରେ ପ୍ରଶ୍ନ କରିଛନ୍ତି । ସେ ଗୃହର ଅଧ୍ୟକ୍ଷତା କରୁଥିବା ବାଚସ୍ପତି ବିର୍ଲାଙ୍କୁ କହିଛନ୍ତି, “ଆପଣ ଯେତେବେଳେ ମୋ ସହ ହାତ ମିଳିଇଥିଲେ ସେତେବେଳେ ମୁଁ କିଛି କଥା ନୋଟିସ କରିଥିଲି।

ଆପଣ ମୋ ସହ ହାତ ମିଳାଇବା ବେଳେ ଛାତିକୁ ଉପରକୁ କରି ଛିଡ଼ା ହୋଇଥିଲେ। କିନ୍ତୁ ଯେତେବେଳେ ଆପଣ ମୋଦିଜୀଙ୍କ ସହ ହାତ ମିଳାଇଥିଲେ, ସେତେବେଳେ ତାଙ୍କ ଆଗରେ ନତମସ୍ତକ ହୋଇଯାଇଥିଲେ।”ଏଭଳି ମନ୍ତବ୍ୟ ପରେ ବିରୋଧୀ ଦଳ ସଦସ୍ୟମାନେ ହସି ହସି କରତାଳି ଦେଇଥିବାବେଳେ ଭାଜପା ଏମ୍‌ପିମାନେ ପାଟିତୁଣ୍ଡ କରି ଆପତ୍ତି ଉଠାଇଛନ୍ତି। ରାହୁଲଙ୍କ ମନ୍ତବ୍ୟ ସମ୍ପର୍କରେ ବାଚସ୍ପତି କହିଛନ୍ତି ଯେ, ‘ମୋଠାରୁ ବୟସ୍କଙ୍କ ଆଗରେ ନତମସ୍ତକ ହେବା ମୋ ସଂସ୍କୃତି। ଦରକାର ପଡ଼ିଲେ ସେମାନଙ୍କ ପାଦ ଛୁଇଁବି। ପ୍ରଧାନମନ୍ତ୍ରୀ ହେଉଛନ୍ତି ଗୃହର ନେତା।

ମୋ ସଂସ୍କୃତି ଏବଂ ପରମ୍ପରା ଏହା ଶିକ୍ଷା ଦେଉଛି ଯେ, ବୟସ୍କଙ୍କ ଆଗରେ ନଇଁକି ସମ୍ମାନ ଜଣାଇବା ଏବଂ ସମାସ୍କନ୍ଦ ଓ କମ୍‌ ବୟସ୍କଙ୍କୁ ସେହି ଅନୁଯାୟୀ ବ୍ୟବହାର କରିବା।’ ବାଚସ୍ପତିଙ୍କ ଏହି ଉତ୍ତରରେ ରାହୁଲ ଏକମତ ହୋଇ ନ ପାରି କହିଛନ୍ତି ଯେ, ଆପଣଙ୍କ ମତକୁ ସମ୍ମାନ ଜଣାଉଛି, କିନ୍ତୁ ଗୃହରେ ବାଚସ୍ପତିଙ୍କଠାରୁ କେହି ବଡ଼ ନୁହନ୍ତି। ଏଠାରେ ବୟସ ନୁହେଁ, ପଦବୀ ଗୁରୁତ୍ୱପୂର୍ଣ୍ଣ। ବାଚସ୍ପତିଙ୍କ ଆଗରେ ସମସ୍ତେ ନତମସ୍ତକ ହେବା ଉଚିତ୍‌, ଓଲଟା ସେ ନିଜେ ହେବା ଅନୁଚିତ। ବାଚସ୍ପତି ହେଉଛନ୍ତି ତତ୍ତ୍ୱାବଧାରକ, ସେ ଗୃହରେ ନିରପେକ୍ଷ ହେବା ଉଚିତ ବୋଲି ରାହୁଲ କହିଛନ୍ତି।

ଗତ ୨୬ରେ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଓମ୍‌ ବିର୍ଲା ପ୍ରଥମ ପଦକ୍ଷେପ ଭାବେ ୧୯୭୫ ମସିହା ଜୁନ୍‌ ୨୫ ତାରିଖ ମଧ୍ୟରାତ୍ରିରେ ଲାଗୁ ହୋଇଥିବା ଜରୁରିକାଳୀନ ପରିସ୍ଥିତି ସମ୍ପର୍କରେ ନିନ୍ଦା ପ୍ରସ୍ତାବ ଆଣିଥିଲେ। ଏହାକୁ ରାହୁଲ ରାଜନୈତିକ ପଦକ୍ଷେପ ବୋଲି କହିବା ସହ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଭେଟି ଆପତ୍ତି ଉଠାଇଥିଲେ। ଏହାପରେ ରାହୁଲ ସୋମବାର ଗୃହରେ ବାଚସ୍ପତିଙ୍କୁ ନତମସ୍ତକ ପ୍ରସଙ୍ଗରେ ଘେରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ