Masthead

ଆଜିଠୁ ବିଜେପିର ‘କଂଗ୍ରେସ ଫାଇଲ୍‌ସ’ ଅଭିଯାନ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ବିଜେପିର କଂଗ୍ରେସ ଫାଇଲ୍ସ ଅଭିଯାନ । ‘କଂଗ୍ରେସ ଫାଇଲ୍‌ସ’ ହେଉଛି ଏକ ଭିଡିଓ ସିରିଜ୍। ଏଥିରେ କଂଗ୍ରେସର ଦୁର୍ନୀତିଗୁଡ଼ିକୁ ଦଳ ସ୍ଥାନିତ କରିଛି। ଆଉ ଏହି ଭିଡିଓ ସିରିଜ୍‌ର ପ୍ରଥମ ଅଧ୍ୟାୟକୁ ଆଜି ବିଜେପି ତା’ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛି। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ‘ଉପା’ ସରକାରରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ଏଥିରେ ପ୍ରଦର୍ଶତ କରାଯାଇଛି। ଏଥିରେ ରହିଛି ଟୁଜି ସ୍କାମ, କୋଇଲା ଦୁର୍ନୀତି ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନିୟମିତତା। ‘ଉପା’ ସରକାର ଅମଳରେ ୧.୮୬ ଲକ୍ଷ କୋଟି ଟଙ୍କାର କୋଇଲା ଦୁର୍ନୀତି ଓ ୧.୭୬ ଲକ୍ଷ କୋଟି ଟଙ୍କା ଟୁଜି ଦୁର୍ନୀତି ହୋଇଥିଲା। ମନରେଗାରେ ୧୦ ହଜାର କୋଟି ଟଙ୍କାର ଘୋଟାଲା ହୋଇଥିଲା।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ସେହିପରି ଇଟାଲୀରୁ ୧୨ଟି ହେଲିକପ୍ଟର କିଣିବା ପାଇଁ ୩୬୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ରେଳବାଇ ବୋର୍ଡର ଅଧ୍ୟକ୍ଷ ପଦ ପାଇଁ ୧୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ସେତେବେଳେ ଏମିତି ଏକ ସମୟ ଥିଲା ଯେତେବେଳେ ଖବର କାଗଜ ହେଉ ଅବା ନ୍ୟୁଜ ଚ୍ୟାନେଲ ସବୁଠି ଦୁର୍ନୀତି ପ୍ରମୁଖ ଖବର ହୋଇଥିଲା। ଏହି ସବୁ ଦୁର୍ନୀତି ସତ୍ତ୍ୱେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କିଛି ଜାଣିପାରିଲେ ନାହିଁ ବୋଲି କହି ଏହି ଭିଡିଓରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ‘କଂଗ୍ରେସ ଫାଇଲ୍‌ସ’ ପ୍ରଥମ ଅଧ୍ୟାୟର ଶେଷରେ ଆସନ୍ତା ଅଧ୍ୟାୟ ବା ଦ୍ୱିତୀୟ ଅଧ୍ୟାୟରେ କଂଗ୍ରେସର ଆଉ ଏକ ଦୁର୍ନୀତି ବିଷୟରେ ଦେଖିବାକୁ ମିଳିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ