ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୁରଟ କୋର୍ଟଙ୍କ ରାୟ ପରେ ଟ୍ୱିଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି ମୋ ଧର୍ମ ସତ୍ୟ ଏବଂ ଅହିଂସା ଉପରେ ଆଧାରିତ। ସତ୍ୟ ମୋର ଭଗବାନ ତାକୁ ପାଇବା ପାଇଁ ଅହିଂସା ହେଉଛି ଏକମାତ୍ର ସାଧନ। ରାହୁଲ ଗାନ୍ଧିଙ୍କ ଉପରେ ହୋଇଥିବା ମାନହାନୀ ମାମଲାର ଆଜି ଶୁଣାଣି ଥିଲା । ତେବେ ରାହୁଲଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁରଟ କୋର୍ଟ । କୋର୍ଟଙ୍କ ରାୟ ପରେ ରାହୁଲଙ୍କୁ ମିଳିଥିଲା ବେଲ ।
मेरा धर्म सत्य और अहिंसा पर आधारित है। सत्य मेरा भगवान है, अहिंसा उसे पाने का साधन।
– महात्मा गांधी
— Rahul Gandhi (@RahulGandhi) March 23, 2023
କର୍ଣାଟକର କୋଲାରରେ ୨୦୧୯ ଏପ୍ରିଲ ୧୩ ରେ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀଙ୍କ ସରନେମକୁ ନେଇ ବୟାନ ଦେଇଥିଲେ ରାହୁଲ ଗାନ୍ଧି । ରାଲିରେ କହିଥିଲେ ନୀରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦିଙ୍କ ଟାଇଟଲ ସମାନ କାହିଁକି । ସବୁ ଚୋରଙ୍କର ସରନେମ ମୋଦୀ କାହିଁକି ହୋଇଥାଏ । ଏହି ବୟାନକୁ ନେଇ ବିବାଦ ଦେଖିବାକୁ ମିଳିଥିଲା ।