Masthead

ରାହୁଲଙ୍କ ନାଁରେ ଅଛି ଅନେକ ମାନହାନି ମାମଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ତଥା ପୂର୍ବତନ ୱାୟନାଡ ସାଂସଦ ରାହୁଲ ଗାନ୍ଧିଙ୍କ ନାମରେ ରହିଛି ଅନେକ ମାନହାନି ମାମଲା । ଗୁଜୁରାଟର ସୁରତ କୋର୍ଟ ତାଙ୍କୁ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି । କିନ୍ତୁ ପାଟନା , ଅହମଦାବାଦ, ମୁମ୍ବାଇ, ମହାରାଷ୍ଟ୍ରର ଭିୱାଣ୍ଡି କୋର୍ଟରେ ମଧ୍ୟ ରାହୁଲଙ୍କ ନାଁରେ ମାନହାନି ମକଦ୍ଦମା ରୁଜୁ ହୋଇଛି । ଏହି ସବୁ କୋର୍ଟ ଗୁଡ଼ିକରୁ ସେ ଜାମିନ ପାଇଛନ୍ତି । ୨୦୧୯ରେ ପାଟନା କୋର୍ଟରେ ଜଣେ ବିଜେପି ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି ।

ସେହିପରି ଅହମଦାବାଦ କୋର୍ଟରେ ଅହମଦାବାଦ ଜିଲ୍ଲା ସମବାୟ ବ୍ୟାଙ୍କ ଏକ ମାନହାନି ମାମଲା ରୁଜୁ କରିଛି । ଏହି କେସରେ ରାହୁଲଙ୍କୁ ୨୦୧୯ ଜୁଲାଇରେ ବେଲ ମିଳିଛି । ମୁମ୍ବାଇ କୋର୍ଟରେ ଜଣେ ଆରଏସଏସ କର୍ମୀ ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ । ମହାତ୍ମା ଗାନ୍ଧିଙ୍କୁ ଆରଏସଏସ ହତ୍ୟା କରିଛି ବୋଲି ମନ୍ତବ୍ୟ ଦେଇ ରାହୁଲ ୨୦୧୬ରେ ବିବାଦୀୟ ହୋଇପଡ଼ିଥିଲେ । ଏସମ୍ପର୍କରେ ତାଙ୍କ ବିରୋଧରେ ମହାରାଷ୍ଟ୍ରର ଭିୱାଣ୍ଡି କୋର୍ଟରେ ଏକ ମାନହାନି ମାମଲା ରଜୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ