Masthead

୨ ବର୍ଷ ସଜ୍ଜା ବିରୋଧରେ ସେସନ୍ସ କୋର୍ଟ ଯିବେ ରାହୁଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କୋର୍ଟ ୨ ବର୍ଷ ସଜା ଶୁଣାଇଛନ୍ତି । ଏହା ବିରୋଧରେ ଏପ୍ରିଲ ୩ରେ ରାହୁଲ ସୁରଟର ସେସନ୍ସ କୋର୍ଟକୁ ଯାଇପାରନ୍ତି। ରାହୁଲଙ୍କୁ ନିକଟରେ ସୁରଟ କୋର୍ଟ ମୋଦି ସରନେମ ମାନହାନି ମାମଲାରେ ସଜା ଶୁଣାଇଥିଲେ। ଉକ୍ତ ରାୟକୁ ଚ୍ୟାଲେଞ୍ଜ ପାଇଁ ଆବେଦନ ପ୍ରସ୍ତୁତ ହୋଇ ସାରିଛି। ଖୁବଶୀଘ୍ର ଏହି ଆବେଦନକୁ ରାହୁଲ କୋର୍ଟରେ ଦାଖଲ କରିବେ।

ସୂଚନା ଅନୁସାରେ ୨୦୧୯ରେ ରାହୁଲ ଗାନ୍ଧୀ ‘ମୋଦି ସରନେମ’କୁ ନେଇ କରିଥିବା ଟିପ୍ପଣୀକୁ ନେଇ ସୁରଟର ଏକ କୋର୍ଟ ମାର୍ଚ୍ଚ ୨୩ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ସଜା ଶୁଣାଇଛନ୍ତି। ଏହି ସଜା ପରେ ରାହୁଲଙ୍କୁ ଲୋକସଭାରୁ ଅଯୋଗ୍ୟ ଘୋଷିତ କରାଯାଇଛି । ତାଙ୍କର ସଦସ୍ୟତାକୁ ରଦ୍ଦ କରି ଦିଆଯାଇଛି। ଏହା ପରଠାରୁ କଂଗ୍ରେସର ପ୍ରାୟ ସମସ୍ତ ନେତା ବିଜେପି ବିରୋଧରେ କହିବା ଆରମ୍ଭ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ