Masthead

ଗୃହରେ କହିବାକୁ ଚିଠି ଲେଖି ଅନୁମତି ମାଗିଲେ ରାହୁଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧି ଲଣ୍ଡନରେ ଦେଇଥିବା ବିବୃତ୍ତିକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଦେଶ ମାଟିରେ ଦେଶକୁ ଅପମାନ କରିଥିବା ବିଜେପି ଅଭିଯୋଗ କରିଛି । ରାହୁଲ ଗାନ୍ଧୀ କ୍ଷମା ମାଗିବାକୁ ଦାବି କରିଛି । ରାହୁଲଙ୍କୁ ଲୋକସଭାରେ କିଛି କହିବାକୁ ଅନୁମତି ନ ମିଳୁ ବୋଲି ବିଜେପି ଜିଦ୍‌ ଧରିଥିଲା। ତେବେ ରାହୁଲ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ଗୃହରେ କହିବାକୁ ଅନୁମତି ମାଗିଥିଲେ। ଏହାପୂର୍ବରୁ ଗୁରୁବାର ରାହୁଲ ଲୋକ ସଭା ବାଚସ୍ପତିଙ୍କୁ ଭେଟି ଗୃହରେ କହିବା ପାଇଁ ଅନୁରୋଧ କରିଥିଲେ।

ରାହୁଲ କହିଥିଲେ, ସରକାରଙ୍କ ମନ୍ତ୍ରୀମାନେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ଏଭଳି ପରିସ୍ଥିତିରେ ତାଙ୍କର କହିବାର ଅଧିକାର ଅଛି। ରାହୁଲଙ୍କ ଲଣ୍ଡନ ବିବୃତ୍ତିକୁ ନେଇ ସଂସଦରେ ଉତ୍ତେଜନା ଦେଖାଦେଇଛି। ଉଭୟ ଗୃହରେ ଭାରତୀୟ ଜନତା ଦଳର ଏମ୍‌ପିମାନେ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଜିଦ୍‌ ଧରିଥିବା ବେଳେ ଏପଟେ ବିରୋଧୀ ଆଦାନୀ ପ୍ରସଙ୍ଗରେ ହଟ୍ଟଗୋଳ କରୁଛନ୍ତି। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଗୋଟିଏ ଦିନ ସ୍ୱାଭାବିକ ଚାଲିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା