Masthead

ପାରାଦୀପର ବିଭିନ୍ନ ସ୍ପା ଉପରେ ଚଢାଉ

ପାରାଦୀପ(ବଡ଼ ଖବର ବ୍ୟୁରୋ): ପାରାଦୀପରେ ଥିବା ବିଭିନ୍ନ ସ୍ପା ଉପରେ ଚଢାଉ । ପାରାଦୀପ ପୋଲିସ ପକ୍ଷରୁ ଚଢାଉ କରାଯାଉଛି । ସ୍ପାରେ ଅନୈତିକ କାର୍ୟ୍ୟକଳାପ ଚାଲୁଥିବା ନେଇ ସନ୍ଦେହ କରି ଚଢାଉ କରାଯାଇଥିଲା । ପାରାଦ୍ୱୀପ ଧୀରେ ଧୀରେ ଶିଳ୍ପସମୃଦ୍ଧ ହେବା ସହିତ ଭାରତର ବିଭିନ୍ନ ରାଜ୍ୟରୁ ଆସି ପାରାଦ୍ୱୀପରେ ବସବାସ କରୁଛନ୍ତି । ବିଶେଷକରି ଶିଳ୍ପ ସଂସ୍ଥା ମାନଙ୍କରେ ବିଭିନ୍ନ ରାଜ୍ୟରୁ ଆସି ବିଭିନ୍ନ ଶିଳ୍ପନୁଷ୍ଠାନରେ ଭଲ ପଦପଦବୀରେ ରହିଥିବା ବ୍ୟକ୍ତି ବିଶେଷମାନେ ସ୍ପା ଯାଇଥାନ୍ତି । ଯାହାକୁ ନେଇ ପାରାଦ୍ୱୀପରେ ସ୍ପା ସଂଖ୍ୟା ବୃଦ୍ଧି ପାଇବା ସହିତ ଏହି ସ୍ପା ମାଲିକ ମାନେ ଅନୈତିକ କାର୍ୟ୍ୟ କରୁଥିବା ଚର୍ଚ୍ଚା ହୋଇଥାଏ। ସେହିଭଳି କୌଣସି ଏକ ସୂତ୍ରରୁ ଖବର ପାଇ ପାରାଦ୍ୱୀପ ପୋଲିସ ତରଫରୁ ପାରାଦ୍ୱୀପ ରେ ରହିଥିବା ବିଭିନ୍ନ ସ୍ପା ଉପରେ ଚଢ଼ାଉ କରାଯାଇଛି । ତେବେ ବିଭିନ୍ନ ସ୍ପାରେ ଚଢ଼ାଉ ହୋଇଥିଲେ ମଧ୍ୟ ସ୍ପା ମାଲିକ ମାନଙ୍କ ଚତୁରତା କାରଣରୁ ପୋଲିସକୁ ସଫଳତା ମିଳିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ