Masthead

ଟ୍ରେନରେ ରେଳମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଟ୍ରେନ ଭିତରେ ରେଳ ମନ୍ତ୍ରୀ । ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ହଠାତ ନୂଆଦିଲ୍ଲୀ-ଅଜମେର ଶତାବ୍ଦୀ ଏକ୍ସପ୍ରେସରେ ପହଞ୍ଚିଥିଲେ । ସେ ଯାତ୍ରୀମାନଙ୍କଠାରୁ ମତାମତ ମଧ୍ୟ ନେଇଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ରେଳ ମନ୍ତ୍ରୀ କହିଛନ୍ତି, ’ରେଳବାଇ ବିଷୟରେ ଯାତ୍ରୀମାନେ ସକାରାତ୍ମକ ମତାମତ ଦେଇଛନ୍ତି। ଟ୍ରେନ ଗୁଡିକ ପୂର୍ବ ଅପେକ୍ଷା ଅଧିକ ପରିଷ୍କାର, ଏବଂ ପ୍ଲାଟଫର୍ମଗୁଡିକ ମଧ୍ୟ ସଫା ଅଛି। ପରେ ଯାତ୍ରୀମାନଙ୍କ ସହିତ କଥା ହେବା ଆରମ୍ଭ କରିଥିଲେ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀ ଯାତ୍ରୀମାନଙ୍କୁ ପଚାରିଥିଲେ, ଆପଣ ଟ୍ରେନରେ ମାସକୁ କେତେଥର ଯାତ୍ରା କରନ୍ତି?

ଟ୍ରେନ୍ ସଫା ସୁତୁରା ଅଛି ତ? ଆଜି ମୁଁ ଆସିଛି ବୋଲି ଟ୍ରେନ୍ ଟଏଲେଟ୍ ଓ ପ୍ଲାଟଫର୍ମ ସଫା ଅଛି ନା ସବୁଦିନ ଟ୍ରେନର ପ୍ଲାଟଫର୍ମ ସଫା ରୁହେ । ଏହାର ଉତରରେ ଯାତ୍ରୀ କହିଥିଲେ, ଟ୍ରେନ୍ ସଫାସୁତୁରା ଅଛି । ଟ୍ରେନରେ ଖାଇବା ଭଲ ଅଛି । ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣିବା ପାଇଁ ଯାତ୍ରୀମାନେ କହିଥିଲେ । ସେପଟେ ରେଳମନ୍ତ୍ରୀ କହିଥିେଲେ ଏହି ମାର୍ଗରେ ଦୁଇଟି ପଦକ୍ଷେପ ନିଆଯିବ। ପ୍ରଥମ ଟ୍ରାକରେ କିଛି ପରିବର୍ତ୍ତନ କରି ଏହି ମାର୍ଗରେ ଟ୍ରେନର ଗତି ବୃଦ୍ଧି କରାଯାଉଛି। ଦ୍ୱିତୀୟତଃ, ପରୀକ୍ଷା ପରେ ଖୁବ ଶୀଘ୍ର ଏହି ଟ୍ରାକରେ ଦିଲ୍ଲୀ-ଜୟପୁର ମଧ୍ୟରେ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ