Masthead

ସୋନୁଙ୍କ ଘରେ ଆୟକର ଚଢ଼ାଉ, କାଉଣ୍ଟର କଲେ କେଜ୍ରିୱାଲ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କରୋନା କାଳରୁ ଆରମ୍ଭ କରି ଲୋକଙ୍କ ସାହାଯ୍ୟର ହାତ ବଢ଼ାଇ ରିଲରୁ ରିୟଲ ହିରୋ ସାଜିଛନ୍ତି ସୋନୁ ସୁଦ । କିନ୍ତୁ ବର୍ତ୍ତମାନ ଆୟକର ରାଡାରରେ ଫସିଛନ୍ତି ସୋନୁ । ତେବେ ତାଙ୍କୁ ଫସାଇବାକୁ ଚକ୍ରାନ୍ତ ଚାଲିଥିବା ମଧ୍ୟ ଶୁଣିବାକୁ ମିଳୁଛି । ତେବେ ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କାର ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ଆୟକର ବିଭାଗ ପକ୍ଷରୁ ଦର୍ଶାଯାଇଛି । ଲଗାତାର ୩ଦିନ ହେବ ସୋନୁଙ୍କ ମୁମ୍ବାଇ ଘରେ ଆଇଟି ପକ୍ଷରୁ ସର୍ଭେ ମଧ୍ୟ ଚାଲିଛି । ତେବେ ବିଭିନ୍ନ ଆରୋପ ଏବେ ସୋନୁଙ୍କ ନାଁରେ ରହିଛି । ତେବେ କିଛି ଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ନଜର ଆସିଥିଲେ ସୋନୁ ।

ଆପ ସରକାରଙ୍କ “ଦେଶ କା ମେଣ୍ଟର” କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡଡର ଭାବେ ବି ଘୋଷଣା କରାଯାଇଥିଲା ସୋନୁ ସୁଦଙ୍କୁ । ଯେଉଁଥିରେ ଛାତ୍ରଛାତ୍ରୀ ସେମାନଙ୍କ କ୍ୟାରିୟର ପ୍ରଦର୍ଶନ କରିବାରେ ମାର୍ଗଦର୍ଶନ ପାଇପାରିବେ । ତେବେ ଏହି କାରଣ ପାଇଁ ସୋନୁଙ୍କୁ ଫସାଇବାକୁ ଉଦ୍ୟମ ହେଉଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଯେ, ସୋନୁ ସୁଦଙ୍କ ପଛରେ କୋଟି କୋଟି ପରିବାରର ପ୍ରାର୍ଥନା ଅଛି । ସତ୍ୟ ସବୁବେଳେ ସତ୍ୟ ଏହାକୁ କେବେ ବି ଲୁଚାଇଯାଇ ପାରିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ