Masthead

ରେଳ ଯାତ୍ରୀଙ୍କୁ ମହଙ୍ଗା ମାଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରେଳ ଯାତ୍ରୀଙ୍କୁ ମହଙ୍ଗା ମାଡ । ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ରେଳ ଭଡା ବୃଦ୍ଧି କରିଛନ୍ତି । ଅଳ୍ପଦୂର ଯାଉଥିବା ଯାତ୍ରୀଙ୍କ ଭଡା ବୃଦ୍ଧି କରାଯାଇଛି । ଭଡା ବୃଦ୍ଧିର କାରଣ ଦର୍ଶାଇ ରେଳ ବିଭାଗ କହିଛନ୍ତି ଯେ, କରୋନା ମହାମାରୀରୁ ରକ୍ଷା ପାଇବାପାଇଁ ଯାତ୍ରୀ ଭଡା ବୃଦ୍ଧି କରାଯାଇଛି । ରେଳ ଭଡା ବୃଦ୍ଧି ଫଳରେ ଲୋକଙ୍କ ଭିଡ ରହିବ ନାହିଁ । ଭଡା କେବଳ ୩୦ ରୁ ୪୦ କିଲୋମିଟର ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଲାଗୁ ହେବ । ଭାରତୀୟ ରେଳ ବିଭାଗର କହିବା ଅନୁଯାୟୀ, ଏବେ ବି କରୋନାର ଆତଙ୍କ ଯାଇନାହିଁ ।

ଏହା ସହ ଏବେ ମଧ୍ୟ କିଛି ରାଜ୍ୟରେ ପୁଣି ସ୍ଥିତି ବିଗିଡିବାରେ ଲାଗିଛି । ତେବେ ଅଧିକ ଲୋକ ଯେଭଳି ଭାବେ ଟ୍ରେନରେ ନଚଢନ୍ତି, ତାହାକୁ ଦୃଷ୍ଟିରେ ରଖି ରେଳ ଦର ବୃଦ୍ଧି କରାଯାଇଛି । ଫଳରେ କିଛି ପରିମାଣର ସଂକ୍ରମଣଙ୍କୁ ରୋକାଯାଇପାରିବ । ଭାରତୀୟ ରେଳ ବିଭାଗର ସୂଚନା ଅନୁଯାୟୀ, ଏହି ରେଳ ଭଡା ବୃଦ୍ଧି ୩ ପ୍ରତିଶତ ରେଳ ଉପରେ ଲାଗୁ ହେବ । ବୃଦ୍ଧି ହୋଇଥିବା ଟିକେଟର ଦାମ ମେଲ, ଏକ୍ସପ୍ରେସ୍ ଟ୍ରେନ ଆଧାରରେ କରାଯାଇଛି । ଏହା ଦ୍ୱାରା ଅଳ୍ପଦୂର ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏକ୍ସପ୍ରେସ୍ ଟ୍ରେନରେ ଯେତିକି ଭଡା ଦେବାକୁ ପଡୁଥିଲା ଏବେ ମେଲ ଟ୍ରେନରେ ମଧ୍ୟ ସେତିକି ଭଡା ଦେବାକୁ ପଡିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ସାରା ରାଜ୍ୟରେ ପାଳନ ହେଉଛି ଇଦ୍ 🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ 🔴 ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା, ଆଜି ବସିବ ବଡ଼ ବୈଠକ 🔴 ଦିବ୍ୟାଙ୍ଗଙ୍କ ସନ୍ଦହେଜନକ ମୃତ୍ୟୁ 🔴 ସମ୍ବଲପୁର ଜେଲରେ ପୁଲିସର ଚଢ଼ାଉ 🔴 କଲବଲ କରିବ କାଳବୈଶାଖୀ 🔴 ଏମିତି ବି ଆସେ ମୃତ୍ୟୁ 🔴 ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ 🔴 ଟ୍ରମ୍ପ ଦେଖାଇଲେ ନାଲିଆଖି, ଏଥର ଟାର୍ଗେଟ ପାୱାର୍ ପ୍ଲାଣ୍ଟ 🔴 ୨ଦିନ କାଳବୈଶାଖି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ସାରା ରାଜ୍ୟରେ ପାଳନ ହେଉଛି ଇଦ୍ 🔴 ପ୍ରିୟଦର୍ଶିନୀ ମାର୍କେଟରେ ଅଗ୍ନିକାଣ୍ଡ