Masthead

ଆପକୁ ଝଟକା, ଦଳ ଛାଡିଲେ ରାଜକୁମାର ଆନନ୍ଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆପକୁ ଲାଗିଲା ଝଟକା । ଦଳ ଛାଡିଲେ ରାଜକୁମାର ଆନନ୍ଦ । ରାଜକୁମାର ବର୍ତ୍ତମାନ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିଲେ । ସେ ପଦ ଏବଂ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦିଲ୍ଲୀର ସମାଜ କଲ୍ୟାଣ ମନ୍ତ୍ରଣାଳୟର ପରିଚାଳନା କରୁଥିଲେ। ନିକଟରେ ରାଜକୁମାରଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ରାଜକୁମାରଙ୍କ ଇସ୍ତଫା ଦଳ ପାଇଁ ବଡ଼ ଝଟ୍‌କା ବୋଲି କୁହାଯାଉଛି। ସେ ପଟେଲ ନଗରରୁ ଦଳର ବିଧାୟକ ଅଛନ୍ତି।

ଇସ୍ତଫା ନେଇ ସେ କହିଛନ୍ତି ଯେ ମୁଁ ବହୁତ ଦୁଃଖି। ଯଦି ରାଜନୀତିରେ ପରିବର୍ତ୍ତନ ଆସେ ଦେଶ ବଦଳିଯିବ। ଆପ ବିରୋଧରେ ବଡ଼ ଅଭିଯୋଗ ହୋଇଛି। ଏଥିଲାଗି ଦଳ, ସରକାର ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ରାଜ କୁମାର କହିଛନ୍ତି। ଏହାଛଡ଼ା ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ରାଜକୁମାର କହିଛନ୍ତି, ଆପ ଭ୍ରଷ୍ଟାଚାର କାଦୁଅରେ ଫସିଛି। ମୁଁ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହ କାମ କରିପାରିବି ନାହିଁ। ଆଜି ମୁଁ ଯାହା ବି ହୋଇଛି ଡା. ଆମ୍ବେଦକରଙ୍କ ଯୋଗୁଁ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ