Masthead

କୋହଲିଙ୍କ ରୋମାଞ୍ଚଭରା ଶତକ, ୭ ୱିକେଟରେ ହାରିଲା ବାଂଲାଦେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱକପ୍ କ୍ରିକେଟରେ ଭାରତର କ୍ରମାଗତ ଚତୁର୍ଥ ବିଜୟ। ଗତକାଲି ପୁଣେରେ ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ୭ ୱିକେଟରେ ହରାଇ ବୃହତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ସହଜ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ଅପରାଜିତ ଶତକ, ରୋହିତ ଶର୍ମା (୪୮ରନ) ଓ ଶୁଭମନ ଗିଲ( ୫୩ ରନ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବାଂଲାଦେଶ ଦ୍ବାରା ରଖାଯାଇଥିବା ୨୫୭ ରନର ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା । ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ବାଂଲାଦେଶ କ୍ୟାପଟେନ୍ । ଏହାପରେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ରୋହିତ୍ ବାହିନୀ ।

ବାଂଲାଦେଶ ଓପନର ଭଲ ଆରମ୍ଭ କରିଥିଲେ ବି ଭାରତୀୟ ବୋଲର କିନ୍ତୁ ନିଜ ଲାଇନ୍ ଛାଡିନଥିଲେ । ଯାହା ଫଳରେ ମିଡିଲ ଅର୍ଡରରେ ବାଂଲାଦେଶର ଲଗାତାର ୱିକେଟ୍ ପଡିଥିଲା । ଶେଷ ଆଡକୁ ମୁସଫିକର ରହିମ, ମହମ୍ମଦୁଲ୍ଲା ଭଲ ରନ୍ କରିବା ଫଳରେ ଦଳ ୫୦ ଓଭରରେ ୮ ୱିକେଟ୍ ହରାଇ ୨୫୬ ରନ୍ କରିପାରିଥିଲା । ୨୫୭ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଜବରଦସ୍ତ ଆରମ୍ଭ କରିଥିଲା । ରୋହିତ ଏବଂ ଗିଲ୍ ଯୋଡି ପ୍ରଥମ ୱିକେଟରେ ୮୮ ରନ୍ କରିଥିଲେ । ଏହାପରେ ବିରାଟ କୋହଲି ମଧ୍ୟ ଦର୍ଶନୀୟ ସଟ୍ ଖେଳିଥିଲେ । ବିରାଟଙ୍କ ଶତକ ସହ ଦଳ ବିଜୟ ଦ୍ୱାର ଦେଶରେ ପହଞ୍ଚିଥିଲା । ଆଉ ଶେଷ ବଲରେ କୋହଲି ଛକା ମାରିବା ସହ ନିଜର ଶତକ ପୂରଣ କରିବା ସହ ଭାରତକୁ ବିଜୟ ଭେଟିଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ