Masthead

ରାଜା ଆଚାର୍ଯ୍ୟଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କିଛିଦିନ ହେବ ରାଜଧାନୀ ଭୁବନେଶ୍ୱର ହୋଇପଡିଛି ଅଶାନ୍ତ ।  କେତେବେଳେ ବିଚ୍ ବଜାରରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । କମିଶନରେଟ ପୋଲିସ ମୁଣ୍ଡରେ ପଡିଛି ଚିନ୍ତା । ରାଜଧାନୀର ଗ୍ୟାଙ୍ଗଷ୍ଟାରମାନେ ଆପଣେଇଛନ୍ତି ବଟିକୁ ତାଙ୍କ ରୋଜଗାରର ମାଧ୍ୟମ । କେତେବେଳେ ଦୋକାନୀଙ୍କଠାରୁ ବଟି ତ କେତେବେଳେ ଘର ତିଆରି ପାଇଁ ବିଲଡରଙ୍କଠାରୁ ବଟି । କେତେବେଳେ ସରକାରୀ ଜମିରେ ଘର ତିଆରି କରିବା ଲାଗି ବି ନେଉଛନ୍ତି ବଟି । ପୋଲିସର ଆଡ଼ୁଆଳରେ ଚାଲିଥିଲା ଏଭଳି ସଙ୍ଗୀନ ଅପରାଧ । ଯାହାକୁ ରୋକିବା ପାଇଁ ଗତକାଲି କମିଶନରେଟ ପୋଲିସ ପକ୍ଷରୁ ଏକ ଅପରେସନ(ଦାଦା ବଟିକୁ ନା ) ଜାରି କରାଯାଇଛି ।

ଗତକାଲି ସୂଚନା ଦେବା ପରେ ଆଜି ଆକ୍ସନ ନେଇଛି କମିଶନରେଟ୍ ପୋଲିସ । ଫାଷ୍ଟ ଆକ୍ସନରେ କୁଖ୍ୟାତ ଅପରାଧୀ ରାଜା ଆଚାର୍ଯ୍ୟ ହୋଇଛି ଶିକାର । ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ଆଣ୍ଟି ଏକ୍ସ୍ସଟର୍ସନ ୱିଙ୍ଗ୍ ଟିମ୍ । ଏହା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରାଜାଙ୍କ ପରେ କାହା ପାଳି ପଡୁଛି ତାପରେ ରହିଛି ସମସ୍ତଙ୍କ ନଜର ।

ରାଜା ଆଚାର୍ଯ୍ୟଙ୍କୁ ପ୍ରଥମେ ଏକ ନିର୍ଦ୍ଦିଷ୍ଟ ଜାଗାରୁ ଆଣ୍ଟି ଏକ୍ସଟର୍ସନ ଟିମ୍ ଉଠାଇ ନେଇ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଜେରା ଲାଗି ହାଜର କରିଛି । ଜୁଡୋ କୋଚ ବିରଞ୍ଚି ଦାଶ ହତ୍ୟା ମାମଲାରେ ଓ ଏକାଧିକ ଅପରାଧିକ ମାମଲାରେ ଜେଲ ଯାଇଥିଲା ରାଜା ଆଚାର୍ଯ୍ୟ । ଜେଲରୁ ଫେରିବା ପରେ ପୁଣି ଚଳାଇଥିଲା ତାର ଜୁଲୁମ କାରବାର । ସୂଚନା ମୁତାବକ ସରକାରୀ ଜମିରେ ଘର କରେଇବା ପାଇଁ ପ୍ରତିମାସ ନେଉଥିଲା ୨୦ ହଜାର ଟଙ୍କା ଦାଦା ବଟି । କିନ୍ତୁ ଆଜି ପୁଣି ପୋଲିସ କବଜାରେ କୁଖ୍ୟାତ ଅପରାଧୀ ରାଜା ଆଚାର୍ଯ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ