Masthead

ରାଜା ଆଚାର୍ଯ୍ୟଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କିଛିଦିନ ହେବ ରାଜଧାନୀ ଭୁବନେଶ୍ୱର ହୋଇପଡିଛି ଅଶାନ୍ତ ।  କେତେବେଳେ ବିଚ୍ ବଜାରରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । କମିଶନରେଟ ପୋଲିସ ମୁଣ୍ଡରେ ପଡିଛି ଚିନ୍ତା । ରାଜଧାନୀର ଗ୍ୟାଙ୍ଗଷ୍ଟାରମାନେ ଆପଣେଇଛନ୍ତି ବଟିକୁ ତାଙ୍କ ରୋଜଗାରର ମାଧ୍ୟମ । କେତେବେଳେ ଦୋକାନୀଙ୍କଠାରୁ ବଟି ତ କେତେବେଳେ ଘର ତିଆରି ପାଇଁ ବିଲଡରଙ୍କଠାରୁ ବଟି । କେତେବେଳେ ସରକାରୀ ଜମିରେ ଘର ତିଆରି କରିବା ଲାଗି ବି ନେଉଛନ୍ତି ବଟି । ପୋଲିସର ଆଡ଼ୁଆଳରେ ଚାଲିଥିଲା ଏଭଳି ସଙ୍ଗୀନ ଅପରାଧ । ଯାହାକୁ ରୋକିବା ପାଇଁ ଗତକାଲି କମିଶନରେଟ ପୋଲିସ ପକ୍ଷରୁ ଏକ ଅପରେସନ(ଦାଦା ବଟିକୁ ନା ) ଜାରି କରାଯାଇଛି ।

ଗତକାଲି ସୂଚନା ଦେବା ପରେ ଆଜି ଆକ୍ସନ ନେଇଛି କମିଶନରେଟ୍ ପୋଲିସ । ଫାଷ୍ଟ ଆକ୍ସନରେ କୁଖ୍ୟାତ ଅପରାଧୀ ରାଜା ଆଚାର୍ଯ୍ୟ ହୋଇଛି ଶିକାର । ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ଆଣ୍ଟି ଏକ୍ସ୍ସଟର୍ସନ ୱିଙ୍ଗ୍ ଟିମ୍ । ଏହା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରାଜାଙ୍କ ପରେ କାହା ପାଳି ପଡୁଛି ତାପରେ ରହିଛି ସମସ୍ତଙ୍କ ନଜର ।

ରାଜା ଆଚାର୍ଯ୍ୟଙ୍କୁ ପ୍ରଥମେ ଏକ ନିର୍ଦ୍ଦିଷ୍ଟ ଜାଗାରୁ ଆଣ୍ଟି ଏକ୍ସଟର୍ସନ ଟିମ୍ ଉଠାଇ ନେଇ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଜେରା ଲାଗି ହାଜର କରିଛି । ଜୁଡୋ କୋଚ ବିରଞ୍ଚି ଦାଶ ହତ୍ୟା ମାମଲାରେ ଓ ଏକାଧିକ ଅପରାଧିକ ମାମଲାରେ ଜେଲ ଯାଇଥିଲା ରାଜା ଆଚାର୍ଯ୍ୟ । ଜେଲରୁ ଫେରିବା ପରେ ପୁଣି ଚଳାଇଥିଲା ତାର ଜୁଲୁମ କାରବାର । ସୂଚନା ମୁତାବକ ସରକାରୀ ଜମିରେ ଘର କରେଇବା ପାଇଁ ପ୍ରତିମାସ ନେଉଥିଲା ୨୦ ହଜାର ଟଙ୍କା ଦାଦା ବଟି । କିନ୍ତୁ ଆଜି ପୁଣି ପୋଲିସ କବଜାରେ କୁଖ୍ୟାତ ଅପରାଧୀ ରାଜା ଆଚାର୍ଯ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ