Masthead

ତାତିଲେ ବିଦ୍ୟୁତ୍ ଉପଭୋକ୍ତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୮ଦଫା ଦାବି ନେଇ ବାରଙ୍ଗ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟରେ ବିଦ୍ୟୁତ୍ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କରୋନା ମହାମାରୀ ବେଳେ ଜନସାଧାରଣ ଖରାପ ସ୍ଥିତିରେ ଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା କଟକଣାକୁ ଢାଳକରି ସମସ୍ତ ପ୍ରକାର ଜନ ବିରୋଧି ନୀତି ଆଣି କମ୍ପାନୀମାନଙ୍କର ମୁନାଫା ଅର୍ଜନର ସୁଯୋଗ ସୃଷ୍ଟି କରୁଛନ୍ତି । କରୋନା ପରିସ୍ଥିତି ସମୟରେ ବିଜୁଳି ସେବାକୁ ଟାଟା କମ୍ପାନୀ ହାତକୁ ଟେକି ଦିଆଯାଇଛି ଏବଂ ବିଜୁଳି ଶୁଳ୍କ ବୃଦ୍ଧି କରାଯାଇଛି । ଏହା ସଂପୂର୍ଣ୍ଣ ଜନ ବିରୋଧି ପଦକ୍ଷେପ । ଗୋଟିଏ ପଟେ ବିଜୁଳି ବିଭାଗ କ୍ଷତିରେ ଚାଲୁଥିବା କହୁଥିବା ବେଳେ ଅନ୍ୟ ଦିଗରେ ବଡ ବଡ କମ୍ପାନୀମାନଙ୍କର କୋଟି କୋଟି ଟଙ୍କାର ଶୁଳ୍କ ଛାଡ କରାଯାଉଛି । ଲୋ ଭୋଲଟେଜ ସମସ୍ୟା, ଘନ ଘନ ବିଜୁଳି କାଟ, ତ୍ରୁଟିପୂର୍ଣ୍ଣ ମିଟର ରିଡିଂ ଫଳରେ ଜନସାଧାରଣ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ।

ଏଭଳି ସମୟରେ ତୁରନ୍ତ ଏହି ସମସ୍ୟାର ସମାଧାନ ସହ ବର୍ଦ୍ଧିତ ବିଜୁଳି ଶୁଳ୍କ ପ୍ରତ୍ୟାହାର ତଥା ବିଜୁଳି ବିଭାଗର ଘରୋଇକରଣ ବନ୍ଦ ଦାବିରେ ଅନୁଷ୍ଠିତ ଏହି ବିକ୍ଷୋଭରେ ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚର ଆବାହକ ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ସିଦ୍ଧାର୍ଥ ରଥ, ଅଶୋକ ବେହେରା, ଟିକା ସାମଲ, ଧିରେନ୍ଦ୍ର ପଣ୍ଡା, ନବକୁମାର ନାୟକ, ଲଳିତ ମହାପାତ୍ର, ଅଭିରାମ ବେହେରା, ଅନ୍ତର୍ୟ୍ୟାମୀ ବେହେରା, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ, ବିରେନ ପାଇଟାଲ, କାଳନ୍ଦୀ ବେଉରା ପ୍ରମୁଖ ଭାଗ ନେଇଥିଲେ । ବିକ୍ଷୋଭ ସ୍ଥଳରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଶେଷରେ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ବାରଙ୍ଗ ବିଦ୍ୟୁତ ଅଫିସ କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି