Masthead

ତାତିଲେ ବିଦ୍ୟୁତ୍ ଉପଭୋକ୍ତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୮ଦଫା ଦାବି ନେଇ ବାରଙ୍ଗ ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟରେ ବିଦ୍ୟୁତ୍ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କରୋନା ମହାମାରୀ ବେଳେ ଜନସାଧାରଣ ଖରାପ ସ୍ଥିତିରେ ଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା କଟକଣାକୁ ଢାଳକରି ସମସ୍ତ ପ୍ରକାର ଜନ ବିରୋଧି ନୀତି ଆଣି କମ୍ପାନୀମାନଙ୍କର ମୁନାଫା ଅର୍ଜନର ସୁଯୋଗ ସୃଷ୍ଟି କରୁଛନ୍ତି । କରୋନା ପରିସ୍ଥିତି ସମୟରେ ବିଜୁଳି ସେବାକୁ ଟାଟା କମ୍ପାନୀ ହାତକୁ ଟେକି ଦିଆଯାଇଛି ଏବଂ ବିଜୁଳି ଶୁଳ୍କ ବୃଦ୍ଧି କରାଯାଇଛି । ଏହା ସଂପୂର୍ଣ୍ଣ ଜନ ବିରୋଧି ପଦକ୍ଷେପ । ଗୋଟିଏ ପଟେ ବିଜୁଳି ବିଭାଗ କ୍ଷତିରେ ଚାଲୁଥିବା କହୁଥିବା ବେଳେ ଅନ୍ୟ ଦିଗରେ ବଡ ବଡ କମ୍ପାନୀମାନଙ୍କର କୋଟି କୋଟି ଟଙ୍କାର ଶୁଳ୍କ ଛାଡ କରାଯାଉଛି । ଲୋ ଭୋଲଟେଜ ସମସ୍ୟା, ଘନ ଘନ ବିଜୁଳି କାଟ, ତ୍ରୁଟିପୂର୍ଣ୍ଣ ମିଟର ରିଡିଂ ଫଳରେ ଜନସାଧାରଣ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ।

ଏଭଳି ସମୟରେ ତୁରନ୍ତ ଏହି ସମସ୍ୟାର ସମାଧାନ ସହ ବର୍ଦ୍ଧିତ ବିଜୁଳି ଶୁଳ୍କ ପ୍ରତ୍ୟାହାର ତଥା ବିଜୁଳି ବିଭାଗର ଘରୋଇକରଣ ବନ୍ଦ ଦାବିରେ ଅନୁଷ୍ଠିତ ଏହି ବିକ୍ଷୋଭରେ ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚର ଆବାହକ ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ସିଦ୍ଧାର୍ଥ ରଥ, ଅଶୋକ ବେହେରା, ଟିକା ସାମଲ, ଧିରେନ୍ଦ୍ର ପଣ୍ଡା, ନବକୁମାର ନାୟକ, ଲଳିତ ମହାପାତ୍ର, ଅଭିରାମ ବେହେରା, ଅନ୍ତର୍ୟ୍ୟାମୀ ବେହେରା, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ, ବିରେନ ପାଇଟାଲ, କାଳନ୍ଦୀ ବେଉରା ପ୍ରମୁଖ ଭାଗ ନେଇଥିଲେ । ବିକ୍ଷୋଭ ସ୍ଥଳରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଶେଷରେ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ବାରଙ୍ଗ ବିଦ୍ୟୁତ ଅଫିସ କନିଷ୍ଠ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ