Masthead

ଇସ୍ତଫା ପରିବର୍ତ୍ତେ ସିଧାସଳଖ ବରଖାସ୍ତ କରାଯାଇଛି: ରାଜେନ୍ଦ୍ର ଗୁଦ୍ଧା

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ):  ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଗୁଦ୍ଧା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କରିଛନ୍ତି କଡ଼ା ସମାଲୋଚନା । କହିଛନ୍ତି ଯଦି ସେ ଦଳରେ ନ ଥାନ୍ତେ ତେବେ ଗେହଲଟ ଜେଲରେ ଥାଆନ୍ତେ। କିନ୍ତୁ ତାଙ୍କୁ ବହିଷ୍କାର କରାଯିବା ପୂର୍ବରୁ ତାଙ୍କୁ ବୁଝାଇବାକୁ ସୁଯୋଗ ଦିଆଯାଇ ନ ଥିଲା। ଜୁଞ୍ଜୁନୁ ଜିଲାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏକ ‘ଲାଲ ଡାଏରୀ’ ବିଷୟରେ ଉଲ୍ଲେଖ କରିଛନ୍ତି ରାଜେନ୍ଦ୍ର। ଇଡି ଏବଂ କଂଗ୍ରେସ ନେତା ଧର୍ମେନ୍ଦ୍ର ରାଠୋରଙ୍କ ବିରୋଧରେ ଆୟକର ଚଢ଼ାଉ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ‘ଲାଲ ଡାଏରୀ’କୁ ସୁରକ୍ଷିତ ରଖିଛନ୍ତି।  ସୁରକ୍ଷା କର୍ମୀ ତଥା ନାଗରିକ ପ୍ରତିରକ୍ଷା, ପଞ୍ଚାୟତ ରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିବା ଗୁଦ୍ଧାଙ୍କୁ ବିଧାନସଭାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାବିନେଟରୁ ବରଖାସ୍ତ କରାଯାଇଛି।

ତାଙ୍କୁ ଇସ୍ତଫା ଦେବାକୁ କହିବା ପରିବର୍ତ୍ତେ ତାଙ୍କୁ ସିଧାସଳଖ ବରଖାସ୍ତ କରାଯାଇଛି। ସେ କହିଛନ୍ତି, ଯଦି ଗେହଲଟ ମୋତେ ଇସ୍ତଫା ଦେବାକୁ କହିଥାନ୍ତେ, ମୁଁ ଇସ୍ତଫା ଦେଇଥାନ୍ତି। ଫୋନ କରି ନୋଟିସ ମଧ୍ୟ ଦେଇ ପାରିଥାନ୍ତେ। କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବିଚାରପତିମାନେ ମଧ୍ୟ ଏକ ସୁଯୋଗ ଦିଅନ୍ତି। ଆହୁରି ମଧ୍ୟ କହିଛନ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଡାଏରୀକୁ ସୁରକ୍ଷିତ ରଖିଥିଲେ। ଡାଏରୀରେ କଣ ଅଛି ବୋଲି ପଚରାଯିବାବେଳ ସେ କିଛଇ ଉତ୍ତର ଦେଇନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି