Masthead

ବିଗୁଡୁୁଛି ବେଳାଭୂମିର ସୌନ୍ଦର୍ଯ୍ୟ

ରାଜନଗର, (ବଡ଼ ଖବର ବ୍ୟୁରୋ): ରାଜନଗର ପେଣ୍ଠ ବେଳାଭୂମି କେନ୍ଦ୍ରାପଡା ଜିଲ୍ଲାର ଏକ ପ୍ରମୁଖ ବେଳାଭୂମି । ପ୍ରତିଦିନ ଏଠାକୁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି । କିନ୍ତୁ ବେଳାଭୂମି ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି । ଆରମ୍ଭ ହୋଇଗଲାଣି ଶୀତ । ଏଥର ପେଣ୍ଠ ବେଳାଭୂମିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ସତେ ଯେମିତି ଏହି ପେଣ୍ଠ ବେଳାଭୂମି ପାଇଁ କାହାର ଚିନ୍ତା ନାହିଁ। ଏହି ବେଳାଭୂମିକୁ ସଫା କରିବା ପାଇଁ ଅଣ୍ଟା ଭିଡ଼ିଛି ମା’ ପାଟକୁମାରୀ ହେଲ୍ପ ଫାଉଣ୍ଡେସନ । ପେଣ୍ଠ ଜଗନ୍ନାଥ ମନ୍ଦିର ନିକଟରୁ ବେଳାଭୂମି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ବୁଲି ସଫା କରୁଛନ୍ତି ସଂଗଠନର କର୍ମକର୍ତ୍ତା । ମାସ ମାସ ଧରି ପେଣ୍ଠ ବେଳାଭୂମି ଅପରିଷ୍କାର ହୋଇ ପଡିରହିଥିଲା ।

ପେଣ୍ଠକୁ ଆସୁଥିବା ପର୍ଯ୍ୟଟକମାନେ ବଣଭୋଜି କରି ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି । ଫେରିବା ବେଳେ ନଷ୍ଟ କରିଦେଇ ଯାଆନ୍ତି ବେଳାଭୂମିର ସୌନ୍ଦର୍ଯ୍ୟ । ପେଣ୍ଠରେ ଡଷ୍ଟବିନ ନଥିବାରୁ ବଣଭୋଜି ସାରିବା ପରେ ଆବର୍ଜନାକୁ ଏଣେତେଣେ ଫୋପାଡି ଦିଅନ୍ତି ପର୍ଯ୍ୟଟକ। ମା’ ପାଟକୁମାରୀ ହେଲ୍ପ ଫାଉଣ୍ଡେସନର କର୍ମକର୍ତ୍ତାମାନେ ନିଜ ଉଦ୍ୟମରେ ବେଳାଭୂମି ସଫା କରୁଛନ୍ତି । ସମାଜସେବାରେ ନିଜକୁ ସମର୍ପିତ କରି ଏଭଳି କାମ କରିବାକୁ ଶପଥ ନେଇଥିବା କହଛନ୍ତି ହେଲ୍ପ ଫାଉଣ୍ଡେସନର ସଭାପତି । ଏଥିସହିତ ପେଣ୍ଠ ବେଳାଭୂମିରେ ତୁରନ୍ତ ଡଷ୍ଟବିନ ରଖିବାକୁ ଦାବି ମଧ୍ୟ କରିଛନ୍ତି । ହେଲ୍ପଫାଉଣ୍ଡେସନର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ