Masthead

ବିଗୁଡୁୁଛି ବେଳାଭୂମିର ସୌନ୍ଦର୍ଯ୍ୟ

ରାଜନଗର, (ବଡ଼ ଖବର ବ୍ୟୁରୋ): ରାଜନଗର ପେଣ୍ଠ ବେଳାଭୂମି କେନ୍ଦ୍ରାପଡା ଜିଲ୍ଲାର ଏକ ପ୍ରମୁଖ ବେଳାଭୂମି । ପ୍ରତିଦିନ ଏଠାକୁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି । କିନ୍ତୁ ବେଳାଭୂମି ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି । ଆରମ୍ଭ ହୋଇଗଲାଣି ଶୀତ । ଏଥର ପେଣ୍ଠ ବେଳାଭୂମିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ସତେ ଯେମିତି ଏହି ପେଣ୍ଠ ବେଳାଭୂମି ପାଇଁ କାହାର ଚିନ୍ତା ନାହିଁ। ଏହି ବେଳାଭୂମିକୁ ସଫା କରିବା ପାଇଁ ଅଣ୍ଟା ଭିଡ଼ିଛି ମା’ ପାଟକୁମାରୀ ହେଲ୍ପ ଫାଉଣ୍ଡେସନ । ପେଣ୍ଠ ଜଗନ୍ନାଥ ମନ୍ଦିର ନିକଟରୁ ବେଳାଭୂମି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ବୁଲି ସଫା କରୁଛନ୍ତି ସଂଗଠନର କର୍ମକର୍ତ୍ତା । ମାସ ମାସ ଧରି ପେଣ୍ଠ ବେଳାଭୂମି ଅପରିଷ୍କାର ହୋଇ ପଡିରହିଥିଲା ।

ପେଣ୍ଠକୁ ଆସୁଥିବା ପର୍ଯ୍ୟଟକମାନେ ବଣଭୋଜି କରି ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି । ଫେରିବା ବେଳେ ନଷ୍ଟ କରିଦେଇ ଯାଆନ୍ତି ବେଳାଭୂମିର ସୌନ୍ଦର୍ଯ୍ୟ । ପେଣ୍ଠରେ ଡଷ୍ଟବିନ ନଥିବାରୁ ବଣଭୋଜି ସାରିବା ପରେ ଆବର୍ଜନାକୁ ଏଣେତେଣେ ଫୋପାଡି ଦିଅନ୍ତି ପର୍ଯ୍ୟଟକ। ମା’ ପାଟକୁମାରୀ ହେଲ୍ପ ଫାଉଣ୍ଡେସନର କର୍ମକର୍ତ୍ତାମାନେ ନିଜ ଉଦ୍ୟମରେ ବେଳାଭୂମି ସଫା କରୁଛନ୍ତି । ସମାଜସେବାରେ ନିଜକୁ ସମର୍ପିତ କରି ଏଭଳି କାମ କରିବାକୁ ଶପଥ ନେଇଥିବା କହଛନ୍ତି ହେଲ୍ପ ଫାଉଣ୍ଡେସନର ସଭାପତି । ଏଥିସହିତ ପେଣ୍ଠ ବେଳାଭୂମିରେ ତୁରନ୍ତ ଡଷ୍ଟବିନ ରଖିବାକୁ ଦାବି ମଧ୍ୟ କରିଛନ୍ତି । ହେଲ୍ପଫାଉଣ୍ଡେସନର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ